News
lipub
samparksetu

ଶେଷ ନିଃଶ୍ୱାସ ତ୍ୟାଗ କଲେ ଗାୟକ ବାଣି ଭୂଷଣ ଶ୍ରୀ ସର୍ବେଶ୍ଵର ସାହୁ

ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଶ୍ରୀ ସର୍ବେଶ୍ଵର ସାହୁ ଗତକାଲି ସନ୍ଧ୍ୟାରେ ନିଜର ପୈତୃକ ଗ୍ରାମ ହିନ୍ଦୋଳ ବ୍ଲକ ଅନ୍ତର୍ଗତ କୁକୁଟା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ସେ ଓଡ଼ିଆ ବ୍ୟତୀତ ହିନ୍ଦୀ, ଇଂରାଜୀ, ବଙ୍ଗଳା ଓ ସଂସ୍କୃତ ପାଞ୍ଚଟି ଭାଷାରେ ପାରଙ୍ଗମ ଥିଲେ । କାଳୀଦାସଙ୍କ ସଂସ୍କୃତ ଭାଷାରେ ରଚିତ ଅଭିଜ୍ଞାନ ଶଙ୍କୁତଳ ପୁସ୍ତକର ବ୍ୟାଖ୍ୟା ଅତି ସୁନ୍ଦର ଭାବରେ ଉପସ୍ଥାପନ କରି ପାରୁଥିଲେ । ତାଙ୍କର ସୁନ୍ଦର ଭାଷାରେ ପାଲା ପରିବେଷଣ ପାଇଁ ତାଙ୍କୁ “ଗାୟକ ବାଣି ଭୂଷଣ” ଉପାଧିରେ ଭୂଷିତ କରାଯାଇଥିଲା । ତାଙ୍କର ଅନେକ ଶିଷ୍ୟ ବର୍ତ୍ତମାନ ସୁଦ୍ଧା ପାଲା ପରିବେଷଣ କରୁଛନ୍ତି ।

ତାଙ୍କର ମୃତ୍ୟୁ ପାଲା ପରି ପାରମ୍ପରିକ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଶେଷ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଅନେକ ଲୋକ ଆସିଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

new life
You might also like
error: Content is protected !!