News
lipub
samparksetu

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା

କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗଶାଳାରେ ଏକ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଛି । ଏହା ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଆନ୍ଦ୍ରପ୍ରଦେଶ , ବିଜୱାଡା ର ଅବସରପ୍ରାପ୍ତ ଗଣିତ ଅଧ୍ୟାପକ ଡ଼.ପି. ସତ୍ୟନାରାୟଣ ଶର୍ମା ମୁଖ୍ୟଅତିଥି ତଥା କର୍ମଶାଳା ମୁଖ୍ୟ ଭାବେ ଯୋଗ ଦେଇ କର୍ମଶାଳା ର ସୁଦୂର ପ୍ରସାରି ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ବଟକୃଷ୍ଣ ଦାସ , ଅଖିଳ ଭାରତୀୟ ବୈଦିକ ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପୃଷ୍ଟି ଯୋଗ ଦେଇଥିଲେ । ଗଣିତ ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ପ୍ରତ୍ୟେକ ଦିନ କୋଭିଡ କଟକଣା ମଧ୍ୟରେ ବିଦ୍ୟାଳୟ ର ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ତଥା ପାଖ ବିଦ୍ୟାଳୟ ର ଶିକ୍ଷକ ମାନେ ଅଂଶ ଗ୍ରହଣ କରି ପୂର୍ବାହ୍ନ ରେ ବିଭିନ୍ନ ମଡେଲ ପ୍ରସ୍ତୁତ କରୁଛନ୍ତି ଅପରାହ୍ନରେ ତାହାର ପ୍ରୟୋଗ ବିଷୟରେ ଶିଖୁୁଛନ୍ତି ।

ଏହା ଦ୍ୱାରା ତୃଣମୂଳ ସ୍ତରରୁ ଆରମ୍ଭ କରି ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ଗଣିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟିକରିପାରିବ ବୋଲି ସିବିରାର୍ଥୀ ମାନେ ହୃଦବୋଧ କରୁଛନ୍ତି । ବିଦ୍ୟାଳୟ ର ଗଣିତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ନିରଞ୍ଜନ ସାହୁ , ବସନ୍ତ ସାହୁ , ଚିତ୍ତରଞ୍ଜନ ବିଶ୍ୱାଳ , ଶିକ୍ଷୟିତ୍ରୀ ସୁମିତ୍ରା ଜେନା , ଜ୍ୟୋତିର୍ମୟୀ ସାହୁ ପ୍ରମୁଖ କାର୍ମଶାଳା ରେ ପ୍ରତ୍ୟକ୍ଷ ଯୋଗଦାନ କରିବା ସହ କମ୍ପ୍ୟୁଟର ବିଭାଗ ପକ୍ଷରୁ ଶିକ୍ଷକ ସମରେନ୍ଦ୍ର ନାୟକ , ସୁଜିତ ବେହେରା ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି ।

ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାକର୍ମଚାରି ଏହି କର୍ମଶାଳା ରେ ସହଯୋଗ କରୁଛନ୍ତି । ଆଗାମୀ ୨୫ ତାରିଖରେ ଗଣିତ ମେଳା ସହ ଏହି କାର୍ଯ୍ୟକ୍ରମ ଉଯାପିତ ହେବବୋଲି ପ୍ରଧାନ ଶିକ୍ଷକ ଙ୍କ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!