News
lipub
samparksetu

ଲଗାଣ ବର୍ଷାରେ ଭୁଶୁଡିଲା ଘର କାନ୍ଥ ,ବାସହରା ହେଲେ ପରିବାର

ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାରି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ମାଟି ଘର ଓଦା ହୋଇ ମାଠିରେ ମିଶି ଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କୁମୁସି ଗ୍ରାମରେ ।

ଅମୁଲ୍ୟ ପଣ୍ଡା(୫୦)ନିଜର ଦୁଇ ପିଲା ଏବଂ ସ୍ତ୍ରୀ ସହ ଏକମାତ୍ର ମାଟି ଚାଳ ଛପର ଘରେ ବସବାସ କରୁଥିଲେ ତେବେ ଲଗାଣ ବର୍ଷାରେ ଯୋଗୁଁ ମାଟି ଘର କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି।ଏବେ ମଧ୍ୟ ବର୍ଷା ଲାଗି ରହି ଥିବାରୁ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି ।

ଏ ନେଇ ପରଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ତୁରନ୍ତ ପଲିଥିନ ସହ ଏକ ପକ୍କା ଘର ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କୁମୁସୀ ସରପଞ୍ଚ ବଳରାମ ନାଏକ ଏନେଇ ସମସ୍ତ ବ୍ୟବସ୍ଥା ପ୍ରଶାସନ କୁ ଜଣାଇ ତୁରନ୍ତ ଏହାର ଥଇଥାନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

new life
You might also like
error: Content is protected !!