News
lipub
samparksetu

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଦେଖିବାକୁ ଆସି ବାଇକ୍ ଧକ୍କାରେ ଶାଶୁ ଗୁରୁତର

୧୪୯ ନଂ ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସୂଚନା ମୁତାବକ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ରଙ୍ଗଥଳୀ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତି ଜଣକ ହେଲେ ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ବିଶାନାଳୀ ଛକ ପାଖ ସାହିର ବସନ୍ତ ମୁଣ୍ଡିଆ(୪୫) ସେ ରଙ୍ଗଥଳୀ ଗ୍ରାମରୁ ନିଜ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ସ୍ଥାନରୁ ଗାଡ଼ିଟି ଫେରାର ହୋଇଯାଇଛି ।

ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି । ମୃତ୍ୟୁ ଖବର ପାଇଁ ଘଟଣାସ୍ଥଳକୁ ବସନ୍ତଙ୍କ ଶାଶୁ ଦଶରା ପରିଡ଼ା(୬୫) ଦେଖିବାକୁ ଆସୁଥିବା ବେଳେ ଏକ ବାଇକ୍ ଆରୋହୀ ଙ୍କ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି , ସଙ୍ଗେ ସଙ୍ଗେ ୧୦୮ ସାହାଯ୍ୟରେ ସ୍ଥାନୀୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ନେଇ ମଧ୍ୟ ସୂଚନା ରହିଛି । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

new life
You might also like
error: Content is protected !!