News
lipub
samparksetu

୪ଦଫା ଦାବି ନେଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ ; ପ୍ରତିଶୃତି ପରେ ରାସ୍ତା ରୋକ ହଟିଲା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ଛକ ନିକଟରେ ୪ଦଫା ଦାବି ନେଇ ରାସ୍ତାରୋକ କରିଥିଲେ ବଡଝରା ଗ୍ରାମବାସୀ ଓ ଶତାଧିକ ଛାତ୍ରଛାତ୍ରୀ । ଗାଁରେ ପାନୀୟ ଜଳ ସମସ୍ୟା ,ଉଠା ଜଳସେଚନ ପ୍ରକଳ୍ପରେ ସରକାରଙ୍କ କୋଟି କୋଟି ଟଙ୍କା ହଡପ ଏବଂ ଚାଷ ଜମିରେ ପାଣି ନମାଡିବା ଯୋଗୁଁ ଚାଷୀ ଅସନ୍ତୋଷ ,ଗାଁ ଛକ ନିକଟରେ ଦୁର୍ଘଟଣା ରୋକିବା ପାଇଁ ଆପ୍ରୋଚ୍ ରୋଡ଼ ତିଆରି , ବଡ଼ଝରା ବସଷ୍ଟାଣ୍ଡରୁ ପାର୍କିଂ ବ୍ୟବସ୍ଥା ଉଚ୍ଛେଦ ଭଳି ୪ ଦଫା ଦାବି ନେଇ ଲୋକମାନେ ରାସ୍ତାରୋକ କରି ଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଏହି ରାସ୍ତା ଅବରୋଧରେ ସାମିଲ ହୋଇଥିଲେ । ବଡଝରା ଛକ ନିକଟରେ ବାରମ୍ବାର ଦୁର୍ଘଟଣାକୁ ଆଖି ଆଗରେ ରଖି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପାର୍କିଂ ଉଚ୍ଛେଦ ପାଇଁ ଦାବି କରିଥିଲେ । ୫୩ ନଂ ଜାତୀୟ ରାଜପଥ ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକ ରହିଥିଲା ।ଫଳରେ ତାଳଚେର-ଯାଜପୁର ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ପଡି ଥିଲା । ତେବେ ସୁରକ୍ଷାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ କାମାକ୍ଷାନଗର ଉପଜିଲ୍ଲାପାଳ, ଏସ୍ଡ଼ିପିଓ ଓ ପରଜଙ୍ଗ ତହସିଲଦାର, ବିଡ଼ିଓ ପହଂଚି ଦୀର୍ଘ ସମୟ ଆଲୋଚନା ପରେ ସମସ୍ୟା ର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା |ତେବେ ବର୍ତ୍ତମାନ ଯାତାୟାତ ସ୍ୱାଭାବିକ ହୋଇଥିଲା

new life
You might also like
error: Content is protected !!