News
lipub
samparksetu

ଏଠି ଏମିତି କଣ ? 

ଶ୍ରାବଣ ଥିଲେ ବି ବରଷା ନାହିଁ
ଫଗୁଣ ଥିଲେ ବି ଭରସା ନାହିଁ
ଚାଲିବାକୁ  ଇଚ୍ଛା  ନଥାଏ ବାଟ
କିଣିବାକ  ଇଚ୍ଛା   ନଥାଏ  ହାଟ
      ଜିଣିବୁ କେମିତି ମନ
         କିଣିଥିଲେ ଶୁଆ
         ବଣି  ହୋଇଯିବ
      ଗଣିଥିଲେ ସୁଧା ଧନ ।୧।

ଲେଖିବାକୁ ଇଚ୍ଛା  ପାଠକ ନାହିଁ
ଦେଖିବାକୁ ଇଚ୍ଛା ଫାଟକ ନାହିଁ
ବସନ୍ତ  ଥିଲେବି  ଶୁଭେନି କୁହୁ
ବଉଳ ଥିଲେ ବି  ଝରେନି ମହୁ
      ମଳୟ ତତଲା ଝାଞ୍ଜି
         ଦରଦୀ ବନ୍ଧୁଟେ
        ପାଇବାକୁ ହେଲେ
       ଦରକାର ହୁଏ ପାଞ୍ଜି ।

ମଞ୍ଜି  ନପଡିକି    ଉଠଇ  ଗଛ
ଜଣା  ପଡେନାହିଁ  ଆଗକି ପଛ
କଥା ଭାରୀ କାମ ସିମିଳୀ ତୁଳା
ଦୂରକୁ  ଗାଜର   ପାଖକୁ  ମୂଳା
     ମୂଳ ନଥାଇକି ଡାଳ
        ଆଣ୍ଠୁଏ  ବହଳ
        ମଳି ବସିଗଲେ
      ବଢିଯାଏ ଏଠି ବଳ ।

✍️ ପ୍ରସନ୍ନ  ମଣ୍ଡଳ
               
      

new life
You might also like
error: Content is protected !!