News
lipub
samparksetu

ପିତା ମାତାଙ୍କ ସ୍ମୁତି ଚିର ସବୁଜ

ପିତା ମାତାଙ୍କ ସ୍ମୁତି ଚିର ସବୁଜ
ସେ ଆମ ସ୍ରଷ୍ଟା
ସ୍ରଷ୍ଟା ଙ୍କୁ ଭୁଲିବା ଜୀବନ ରେ କେବେ
ନୁହଁଇ ସମ୍ଭବ
ଏ ଶରୀର ର ପ୍ରତି ସ୍ନାୟୁ ରେ
ତାଙ୍କର ବୁନ୍ଦା ବୁନ୍ଦା ରକ୍ତ ପ୍ରବାହ ପ୍ରତି କ୍ଷଣ
ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ
ଆମର ଭାବନା,ଚିନ୍ତନ ହୃଦୟେ
ଆମ ଜୀବନରେ କେବଳ ପିତା ମାତାଙ୍କ ସ୍ମୁତି

ଆଜି ବି ଆମେ ପରିଚିତ
ପିତା ମାତାଙ୍କ ପରିଚୟ ନେଇ
ସେମାନଙ୍କ ମୃତୁ ପରେ ବି
ଆମ ହୃଦୟରେ ସେ ସଦା ଜୀବିତ
ତାଙ୍କର ସ୍ମୁତି ସଜ ଫୁଲ ପରି ସଦା ସତେଜ
ତାଙ୍କର ଆଶୀର୍ବାଦ ଆମ
ସାରା ଜୀବନ ର ପୁଞ୍ଜି

ସମୟ ପଡ଼ିଲେ ଧନ ସଂପତ୍ତି ବି
ଆସେନା କାମରେ
କେବଳ ପିତା ମାତାଙ୍କ ଆଶୀର୍ବାଦ
ଆମ ଜୀବନର ସଂଜୀବନୀ ବୁଟି
ତାଙ୍କ ଆଶୀର୍ବାଦ ମଥାରେ ଥିଲେ
ବହୁ ବାଧାବିଘ୍ନ ଲଘିଂ ପହଂଚି ପାରିବା
ସରଳେ ନୀଜ ଲକ୍ଷ୍ୟ ସ୍ଥଳେ
ପିତା ମାତାଙ୍କ ସ୍ମୁତି ଚିର ସବୁଜ ଆଊ ସତେଜ।

✍️ବିଷ୍ଣୁପ୍ରିୟା ଜେନା

new life
You might also like
error: Content is protected !!