News
lipub
samparksetu

ପ୍ରଥମାଷ୍ଟମୀ ଭାବନା

ମାସ ମଧ୍ୟେ ସାର ମାସ ମାର୍ଗଶୀର
ଗୀତାରେ ଅମୃତ ବାଣୀ
କୃଷ୍ଣପକ୍ଷେ ସ୍ଥିତି ଆଦ୍ୟ ପ୍ରଥମୀଟି
ପବିତ୍ର ପ୍ରଥମାଷ୍ଟମୀ ।୧।

ଜ୍ୟେଷ୍ଠ ଶ୍ରେଷ୍ଠ ପାଇଁ ସମର୍ପିତ ଏଇ
ପ୍ରଥମକୁ ଶ୍ରେଷ୍ଠ ମାନି
ପ୍ରଥମର ସୁଖ ସଂସାରେ ଅଧିକ
ଅନୁଭବେ ସର୍ବେ ଜାଣି ।୨।

ପ୍ରତି ଗୃହେ ଗୃହେ ତାଙ୍କ ପୂଜା ହୁଏ
ନବ ବସ୍ତ୍ରେ ସୁଶୋଭିତ
ବନ୍ଦlନ୍ତି ଜନନୀ କେଡ଼େ ଭାବେ ପୁଣି
ଦେଇ ଚନ୍ଦନ ଅକ୍ଷତ ।୩।

ନୂଆ ଚାଉଳରେ ନାନା ପିଠା ଗଢେ
ହଳଦୀ ପତ୍ରେ ଏଣ୍ଡୁରି
ବାସେ ମହାକାଇ ସ୍ୱାଦେ ମନ ମୋହି
ପ୍ରିୟ ଅଟଇ ସବୁରି ।୪।

ମାମୁ ଭଣଜାର ପ୍ରେମ ସମ୍ପର୍କର
ଏ ମହାନ ପରମ୍ପରା
ଭଉଣୀର ଘର ଭାଇର ଆଦର
ଅତୁଟ ପ୍ରେମର ଧାରା ।୫।

ରହୁ ଜ୍ୟେଷ୍ଠ ମାନ ବହୁ ଶ୍ରେଷ୍ଠ ସ୍ଥାନ
ହୋଇଣ ଉତ୍ତରଦାୟୀ
ପୂଜାର ସହିତେ ଭାର ବହୁ ଚିତ୍ତେ
ଗୃହ ସୁମଙ୍ଗଳ ପାଇଁ ।୬।

ହେ ପ୍ରିୟ ପରମ ସୃଷ୍ଟିର ପ୍ରଥମ
ତୁମେ ତ ଆଦି ଅନାଦି
ମୋ ବଡ଼ଠାକୁର ପୂଜ୍ୟ ଜଗତର
ଶ୍ରେଷ୍ଠ ପାଦପଦ୍ମେ ବନ୍ଦୀ ।୭।

✍ ବସନ୍ତ କୁମାର ବରାଳ

new life
You might also like
error: Content is protected !!