News
lipub
samparksetu

ବର୍ଷା

ମୁଁ ଜାଣିନି…
ତୁମେ ଶ୍ରାବଣ ର କୋହଭରା ଅଶ୍ରୁ
ନା ଛାତିଫଟା ଆନନ୍ଦ ର ଲୁହ
ବାସ୍ ଏତିକି ଜାଣିଛି…
ଅପେକ୍ଷା ର ଅନ୍ତ ନିମନ୍ତେ
ଚାଲିଆସ ଅମୃତ ରୂପରେ …
ତ କେବେ ମୁର୍ଦାର ଗ୍ରୀଷ୍ମ ର ବାସ୍ନାରେ …

ରିମ୍ ଝିମ୍ ରିମ୍ ଝିମ୍ ହୋଇ
ଝରି ପଡ଼ ବୋଲି ସଭିଁଏ କୁହନ୍ତି ତୁମକୁ ବର୍ଷା
କିନ୍ତୁ ମୁଁ କୁହେ ‘ତୁମେ ସେଇ ବର୍ଷା’
ଯାହାର ପ୍ରତିଟି ଟୋପାକୁ
ସିନ୍ଦୁର ର ମାନ୍ୟତା ଦେଇ ଧରିତ୍ରୀ
ନିଜ ସିନ୍ଥିସାରା ବୋଳିପକାଏ …..
ତୁମେ ସେଇ ବର୍ଷା…….
ଯେଉଁ ବିନ୍ଦୁଗୁଡାକ ଆକାଶ ପାଇଁ
ଦୀର୍ଘାୟୁର କାରଣ ହୋଇଥାଏ ….

ଟମକ ବଜାଏ ଅସନୀ
ଶ୍ରାବଣ ଯେବେ ଘାସ ଗାଲିଚାରେ ବୁଣିଦିଏ ଗୋଲାପ
ଆଉ ସେଇ ଗୋଲାପ ଉଜ୍ଜପିତ
ହେଉଥାଏ ତୁମ ପରଷେ …
ନାଚି ଉଠେ ମୟୁର
କଳା ମେଘର ଟୋପାଗୁଡା ତା ପାଇଁ ଅଳଙ୍କାର
ସାଜି ଯେବେ ବରଷେ …

ମୁଁ ଥାଏ ନିରୁପାୟ
ତୁମ ବର ବେଶ ଆଗମନକୁ ବର୍ଣ୍ଣିବା ପାଇଁ
କିନ୍ତୁ କଳ୍ପନା ଚକ୍ଷୁରେ
ସ୍ୱ- ଢଙ୍ଗରେ ତୁମକୁ ସଜାଇ କହିଥାଏ
‘ତୁମେ ସେଇ ବର୍ଷା’ …

✍🏻️ରାହୁଲ ମହାନ୍ତି

new life
You might also like
error: Content is protected !!