ଆଗ ଭଳି ଆଉ ନାହିଁ ସଜବାଜ,
ଫିକା ଲାଗେ ଆଜି ରଜ ମଉଜ ।
ରଜ ମଉଜରେ ପଡିଚି ଭାଳେଣି,
ଗଛ ଡାଳରେ ଆଉ ଝୁଲୁନି ଦୋଳି ।
କୁଆଡୁ ଆସିଲା ମହା ବିପଦ ମାଡ଼ି,
ହସ ଖୁସି ଝିଅ ଙ୍କର ଦେଲା ବିଗାଡି ।
କେତେ ପିଠାପଣା ହୋଇଥାନ୍ତା ଘରେ
ଝିଅ ବୋହୁଙ୍କୁ ଦିନ ଦୁଃଖରେ ସରେ।
ବନସ୍ତେ ଡାକୁନି ଆଉ ଗଜର ଡାକ,
ଶୁଭୁନିଆଉ ଝିଅଙ୍କ ରଜଦୋଳି ଗୀତ
ଗଛ କାଟି ନେଲେ ସବୁ ନର ରାକ୍ଷସ,
ଅଟକି ଯାଇଛି ଆଜି ଆମ ଏନିଶ୍ଵାସ।
ସଭିଏଁ ଏକାଠି ହୁଅମୋ ଭାଇଭଉଣୀ
ଗଛ ଲଗାଇବା ଏଇ ଆମରି ବାଣୀ ।
