News
lipub
samparksetu

ନିଖୋଜ ରାଜ ମିସ୍ତ୍ରୀ ଙ୍କ ର ୪ଦିନ ପରେ ମୃତ ଦେହ ପୋଖରୀରୁ ଉଦ୍ଧାର

ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ପଞ୍ଚାୟତ ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣୀ (୬୨) ଗତ ୧୩ ତାରିଖ ଗୁରୁବାର ଦିନ ଅପରାହ୍ନରେ ଗାଁ ପୋଖରୀ ଦେହୁରୀ ଗାଡିଆ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ପୋଖରୀ ହୁଡାରେ ସାଇକେଲ ଓ ଚପଲ୍ ପଡିଥିବା ଦେଖିବାକୁ ମିଳିଥିଲା। ଦମକଳ ବାହିନୀ ପୋଖରୀ ସାରା ଖୋଜିଥିଲେ ମଧ୍ୟ ପାଇନଥିଲେ।

ପରିବାର ଲୋକ ବାଲିମୀ ଥାନାରେ ଜଣାଇ ଖୋଜାଖୋଜି କରିଥିଲେ ମଧ୍ୟ ନପାଇ ବିଫଳ ହୋଇଥିଲେ। ୧୬ତାରିଖ ରବିବାର ସକାଳେ ସେହି ଗାଁ ପୋଖରୀରୁ ଗୌରାଙ୍ଗ ଜେନାମଣୀଙ୍କ ମୃତଦେହ ଭାସୁଥିବାର ଗ୍ରାମଲୋକ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଜଣାଇଥିଲେ।

ଖବର ପାଇ ବାଲିମୀ ପୋଲିସ୍ ଶବ ଜବତକରିବା ସହ ବ୍ୟବଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲେ। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯାଇଥିଲା। ମୃତ ଜେନାମଣୀଙ୍କ ମରଶରୀରକୁ ପରିବାର ଲୋକ ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରିଛନ୍ତି । ମୃତ ଜେନାମଣୀ ଜଣେ ରାଜମିସ୍ତ୍ର୍ରୀ ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

new life
You might also like
error: Content is protected !!