News
lipub
samparksetu

ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ନାଟିମା ଗ୍ରାମରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ବରିଷ୍ଠ କର୍ମକର୍ତ୍ତା ନାରାୟଣ ପ୍ରସାଦ ବେହେରା କହିବା ଅନୁଯାୟୀ ଏହି ବିଶେଶ୍ୱର ମହାଦେବ ମନ୍ଦିର ୨୦୧୯ ମସିହାରେ ସ୍ଥାପିତ ହୋଇଥିଲା l କର୍ତ୍ତା ଭାବେ ସୁଶାନ୍ତ କୁମାର ସିଂ ତାଙ୍କର ଧର୍ମପତ୍ନୀ ସତ୍ୟଭାମା ସିଂ ଏବଂ ମୁଖ୍ୟ ପୁରୋହିତ ଭାବେ ଅଶୋକ ତ୍ରିପାଠୀ ,ବିଷ୍ଣୁ ପ୍ରସାଦ କବିସତପଥୀ ଦାଇତ୍ୱ ନିର୍ବାହ କରିଥିଲେ l

ନାଟିମା ଗ୍ରାମବାସୀ ହରିନାମ ଓ କୃଷ୍ଣନାମ ଜପ କରି ସଂକୀର୍ତ୍ତନ କରିଥିଲେ l ଅତିଥି ଭାବେ ଗଁଦିଆ ବ୍ଲକ ୧ ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱନାଥ ଚିନରା, ସରପଞ୍ଚ ଆରତୀ ନାୟକ, ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ, ସମାଜସେବୀ ପୀତବାସ ରାଉତ ଯୋଗ ଦେଇ ଆଶୀର୍ବାଦ ନେଇଥିଲେ l ପ୍ରଥମେ ମନ୍ଦିର ପାଇଁ ଶିକ୍ଷୟୀତ୍ରୀ ମମତା ମୟୀ ସାହୁ ଦାନ ଅର୍ପଣ କରି ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ ଗ୍ରାମର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ଅଭିମନ୍ୟୁ ବେହେରା, ଶ୍ରୀଧର ନାୟକ, ମନୋଜ ନାୟକ, ମିହିର ନାୟକ ବିକଳା ବାରିକ, ନବକିଶୋର ବେହେରା, ସନ୍ତୋଷ ନାଥ ଏବଂ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

new life
You might also like
error: Content is protected !!