News
lipub
samparksetu

ଆବାସିକ କଲେଜରୁ ଛାତ୍ରଛାତ୍ରୀ ପଜିଟିଭ ଘଟଣା, ସିଲ୍ ହେଲା ସମ୍ପୃକ୍ତ କଲେଜ

ଢେଙ୍କାନାଳ ସହର ସ୍ଥିତ ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତ ଅଞ୍ଚଳର ୨ ନମ୍ବର ୱାର୍ଡ କୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । ତେବେ ଆଜି ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଓ ସ୍ୱତନ୍ତ୍ର କୋଭିଡ୍ ଟିମ୍ କଲେଜ ଓ ୨ଟି ହଷ୍ଟେଲକୁ ସିଲ କରିଛନ୍ତି ।

ସୂଚନା ଅନୁଯାୟୀ ସର୍ବମୋଟ୍ ୨୬୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ୯୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥିମଧ୍ୟରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି ।

new life
You might also like
error: Content is protected !!