News
lipub
samparksetu

ଭୋଜି ଖାଇ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ; ୬ ଜଣ ଗୁରୁତର !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ ରୁ ଢେଙ୍କାନାଳ ଜିଲ୍ଲା ହୋନ୍ଦୋଳ ବ୍ଲକ ଦୁଦୁରକୋଟ ଗ୍ରାମ କୁ ବାହାଘର ଭୋଜି ପାଇଁ ଆସୁଥିବା ଏକ ବୋଲେରୋ ଗାଡି କପିଳାସ ରୋଡ଼ କାଇମାଟି ଛକରେ ଭାରସ୍ୟାମ ହରାଇ ଗଛ ରେ ପିଟିହେବା ଫଳରେ ୬ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ଅଗ୍ନିକାଣ୍ଡ ଗାଡ଼ି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆହତ ୬ ଜଣ ହେଲେ କେଉଁଝର ଆନନ୍ଦପୁରର କମଳ ରାଉତ (୪୦) , ବବିର ସାହୁ (୩୫) , ଅଙ୍କିତା ରାଉତ (୧୮) , ଗାୟତ୍ରୀ ରାଉତ (୪୩) , ଶୋଭନ ରାଉତ (୧୬) , ପୂଜାରାଣୀ ଭୋଳ (୨୦) ।

ସୂଚନା ଅନୁଯାୟୀ , ୨ଟି ବୋଲେରୋ ରେ ୧୩ ଜଣ ଆନନ୍ଦପୁର ରୁ ଦୁଦୁରକୋଟ ବାହାଘର ଭୋଜି ରେ ଶାମିଲ ହେବା ପାଇଁ ଆସୁଥିଲେ ତେବେ ଗୋଟେ ବୋଲେରୋ କାଇମାଟି ଛକରେ ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇଥିଲା ଯାହା ଫଳରେ ଉକ୍ତ ଗାଡ଼ିରେ ଥିବା ଚାଳକ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ , ତାଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଗାଡ଼ି ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

new life
You might also like
error: Content is protected !!