News
lipub
samparksetu

ସଡ଼କ ଦୁର୍ଘଟଣା ନେଲା ଜୀଵନ !

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ନାଉକିଆରୀ ଠାରେ ଆଜି ଏକ କାର ଧକ୍କା ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବାର ଜଣା ଯାଇଛି।

ଖବର ରୁ ଜଣାଯାଏ ଖଲି ବୋରେଇ ପଞ୍ଚାୟତ ଗୋବିନ୍ଦ ପୁର ଗ୍ରାମର ଲିପୁନ୍ ସାମଲ (୨୨) ଓ ଅମିତ୍ ସାମଲ ନିଜ ଗ୍ରାମରୁ ଏକ Tvs excel ରେ ଆସି ନାଉକିଆରୀ ଠାରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇ ଥିବା ବେଳେ ଏକ କାର ଅପର ପାର୍ଶ୍ଵ ରୁ ଦୃତ ଗତିରେ ଆସି ଉଭୟ ଙ୍କୁ ଶକ୍ତ ଧକ୍କା ଦେଇ ପଳାଇ ଯାଇଥିଲା।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଲିପୁନ କୁ ମୃତ ଘୋଷଣା କରିଥିଲେ। ଅମିତ ଙ୍କ ଶରୀର ର ବିଭିନ୍ନ ଜାଗାରେ କ୍ଷତ ହୋଇଥିବା ବେଳେ ତାଙ୍କର ଗୋଡ଼ ଭାଙ୍ଗି ଥିବାର ଜଣାଯାଇଛି।

new life
You might also like
error: Content is protected !!