News
lipub
samparksetu

ପଞ୍ଚାୟତ ରାସ୍ତା ଖନନକୁ ନେଇ ତାତିଲେ ଜନଜାତୀ!

ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ।
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ମହୁଲଡଗର, ଡଙ୍କାବୋଲ, ରଘୁଆବୋଲ, ଓ କୁସୁମଯୋଡି ପଞ୍ଚାୟତର କିଆପାତିନି ଗ୍ରାମବାସୀ ଆଜି ସକାଳୁ ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ ଏହି ଗାଁ ଓ ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଏକମାତ୍ର ମାଟିରାସ୍ତ (ପଞ୍ଚାୟତ ରୋଡ)କୁ ତୁମୁସିଂଙ୍ଗା ଗାଁ ର କିଛି ଲୋକ ଜେସିବି ମେସିନ ସାହାଯ୍ୟରେ ଖୋଳି ନିଜର ପଟା ଜମି ବୋଲି ଦାବି କରିଛନ୍ତି।

କଦଳୀପାଳ ଠାରୁ ମହୁଲଡଗର ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଯେଉଁ ରାସ୍ତା ଉପରେ ଉପରୋକ୍ତ ଗାଁ ର ଲୋକ ମାନେ ଗମନାଗମନ କରନ୍ତି। ମୁଖ୍ୟତଃ କାମାକ୍ଷାନଗର ବା ଢେଙ୍କାନାଳ ଯିବାକୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପରେ ତୁମୁସିଂଙ୍ଗା ଥାନା ଅଧିକାରୀ ସୂଚନା ପାଇ ପରିସ୍ଥିତି ନିୟନ୍ତ୍ରଣ କରିଛି।

new life
You might also like
error: Content is protected !!