News
lipub
samparksetu

ରୋଟ୍ରାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ

ରୋଟ୍ରାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହର ମଧ୍ୟରେ ରହୁଥିବା ଅସହାୟ ଲୋକମାନଙ୍କୁ କ୍ଲବର ସଦସ୍ୟମାନେ ବୁଲିବୁଲି କମ୍ବଳ ବାଣ୍ଟିଛନ୍ତି। ଗତ କିଛି ବର୍ଷ ଧରି ଏହି ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି କ୍ଲବ୍ ସଭାପତି କୁନାଲ ସୋନୀ କହିଛନ୍ତି।

ତେବେ ଏହି କାର୍ଯ୍ଯକ୍ରମରେ ସଙ୍ଘର ଉପସଭାପତି ଅମ୍ରିତା ମିଶ୍ରଙ୍କ ସମେତ ଅମିଶା ନାୟକ, ପ୍ରେମଜିତ ରାଜ, ପୂର୍ବତନ ସଭାପତି ବଜରଙ୍ଗ ଅଗ୍ରୱାଲ, ଅଭିଳାଷ ସହୁ, ରଞ୍ଜନ କୁମାର ସହୁ ଏବଂ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଏବେ ଶୀତ ଲହରୀ ବଢୁଥିବାବେଳେ ଏଭଳି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

new life
You might also like
error: Content is protected !!