News
lipub
samparksetu

ସହରଠୁ ଦୂରେ

    ସମୟ ତୁ କହିପାରିବୁ କି ଏ ପଥ ପ୍ରାନ୍ତରେ                           
        ମୋ ପ୍ରତିଛବି ର ମୂଲ୍ୟ କେତେ,
        ଯେଉଁଠି ବିତି ଯାଇଛି ଦିନ ମାସ ଆଉ ବର୍ଷ କେତେ
        ଦେଇ ପାରିବୁ କି ହିସାବ ସେ ମୂଲ୍ୟବୋଧ ର
        ଯେଉଁଠି ବନ୍ଧା ପଡ଼ିଛି ମୋ ପ୍ରତିଦିନ ର ଅଧା ସମୟ

ମୁଁ ଜାଣିଛି ତୋ ପାଖରେ ହିସାବ ବି ନଥିବ
ତୁତ ଖାଲି ଟିକ୍ ଟିକ୍ ଚାଲିବା ଜାଣିଛୁ,
ତୁକି ଜାଣି ପାରିବୁ ଥକି ପଡ଼ି ଭାଙ୍ଗିଯିବା ର ଯନ୍ତ୍ରଣା I

ରେ ସମୟ ଶୁଣିକି ପାରିବୁ ସେ ବୁକୁଥରା ବେଦନା
          ଯେଉଁଠି ଛାଡ଼ି ଆସିଛି ମୋ ବାପା,ଭାଇ
          ଆଉ ମା’ର ସେ କୋହ ଭରା ଚିତ୍କାର,
          ସୁଝି ପାରିବୁକି ଋଣ, ବଉ ର ସେ ପଣତ କାନି ର,
          ଯେଉଁଠି ଲୁଚି ରହିଛି ମୋ ବୟସ ର  କେତେ ସୀମା,

ମୁଁ ଜାଣିଛି ତୋ ପାଖରେ ନଥିବ ସେ ଆଦର
ତୁ ତ ଖାଲି ଟିକ୍ ଟିକ୍ ଚାଲିବା ଜାଣିଛୁ
ତୁକି ଜାଣିପାରିବୁ ମା’ର ସେ ସ୍ନେହ

ଆଉ ତା’ର ମିଠା ଭରା ମମତା I

ଏ ସମୟ ତୁ ପାରିବୁ କି କହି ମୋ ବନ୍ଧା ପଡ଼ିଥିବା ଗରିମା ର ,
            ସେଇ ଯନ୍ତ୍ରଣା ଭରା କାହାଣୀ
            ଯେଉଁଠି ମୁଁ ସାଜିଛି ଏକ କୁତ୍ରୀମ ସହର
            କରେ ପ୍ରତିଦ୍ବନ୍ଦିତା ସକାଳୁ ସଞ୍ଜ,
           ଆଉ ପୁଣି ଆଦରେ କେତେ ମିଛ ଅପଯଶ,

ମୁ ଜାଣିଚି ତୁ ପାରିବୁନି କହି ମୋ ବନ୍ଧୁ ପରିଜନ ପାଶେ,
ତୁତ ଖାଲି ଟିକ୍ ଟିକ୍ ଚାଲିବା ଜାଣିଛୁ
ତୁକି ବୁଝି ପାରିବୁ ଆପଣା ଠୁଁ ଦୁରେ ମରି ମରି ବଞ୍ଚିବାର ଦୁଃଖ ।

✍️ଶ୍ରୀବତ୍ସ

new life
You might also like
error: Content is protected !!