News
lipub
samparksetu

୧୩୪ କୋଟିରେ ବିକ୍ରିହେଲା ଶକ୍ତି ସୁଗାର୍ସ କାରଖାନା

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବ ବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ଶେଷରେ ବିକ୍ରି ହୋଇଯାଇଛି ।ଶକ୍ତି ସୁଗାର୍ସ କାରଖାନାକୁ ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଥିବା ବେଳେ ରାଜିନାମା ସ୍ୱାକ୍ଷର ଅନୁସାରେ ଜୁଲାଇ ୧ ତାରିଖରୁ ନୂତନ ମାଲିକ କାର୍ଯ୍ୟଭାର ହାତକୁ ନେଇଛନ୍ତି ।

ଜିଲ୍ଲାରେ ୨୦୧୧ ଜନସଂଖ୍ୟା ଅନୁସାରେ ୧୧ଲକ୍ଷ ୯୨ ହଜାର୮୮୧ ଲୋକ ବସବାର କରୁଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ୮ଟି ବ୍ଲକ ରହିଥିବା ବେଳେ ୨୧୨ଟି ଗ୍ରାମପଞ୍ଚାୟତ ରହିଛି । ଜିଲ୍ଲାରେ ୫ଟି ଶିଳ୍ପାଞ୍ଚଳ ରହିଛି ।ଜିଲ୍ଲାରେ ଥିବା ହଜାର ହଜାର ଶ୍ରମିକ କ୍ଷୁଦ୍ର ଶିଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିର୍ଭର କରୁଥିବା ବେଳେ ବଡ କାରଖାନାରେ ଶ୍ରମିକ ମାନେ କାର୍ଯ୍ୟରତ ଥିବା ଜଣାପଡିଛି । ଜିଲ୍ଲାରେ ୧୯୯୨ ମସିହାରେ ଏକ ଚିନି କାରଖାନା ପାଇଁ ସହର ଉପକଣ୍ଠ ହରିପୁର ଠାରେ ଶକ୍ତି ସୁଗାର୍ସ ସଂସ୍ଥା ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ୧୯୯୪-୯୫ ମସିହାରେ କାରଖାନା ତାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରିଥିଲା ।

ରାଜ୍ୟର ବୃହତ ଚିନି କାରଖାନାଟି ହରିପୁର ନିକଟରେ ପ୍ରାୟ ୧ଶହ ଏକର ଜମିରେ ସ୍ଥାପନ କରାଯାଇଥିବ। ବେଳେ ୧ଶହ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ବାର୍ଷିକ ୫ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ଏହି କାରଖାନା ପ୍ରତିବର୍ଷ ୧୯ ହଜାର ଟନ ଆଖୁ ପେଡିବାର ବ୍ୟବସ୍ଥା କରିଥିଲା ।ବାର୍ଷିକ ୨୫ଶହ ମେଟ୍ରିକ ଟନ ଚିନି ଉତ୍ପାଦନ ସହିତ ଏହି କାରଖାନାରୁ ୧୯୯୬ ମସିହାରେ ଆଲକହଲ ଉତ୍ପାଦନ କରିଥିଲା । ଏହା ସହିତ ଏହି କାରଖାନାରୁ ମୋଲାସିସ ଉତ୍ପାଦନ ସହିତ ଜୈବଖତ,ଚିନି,ସୋୟାବନି ,ସିରିଲସ ଆଦି ଉତ୍ପାଦନ କରାଯାଇ ଦେଶ ବିଦେଶକୁ ରପ୍ତାନୀ କରାଯାଉଥିଲା ।ସର୍ବବୃହତ ଚିନି କାରଖାନାକୁ ଏବେ ବିକ୍ରୟ କରିବାକୁ ଯୋଜନା ଚାଲିଥିବା ବେଳେ ଶେଷରେ ଏହା ବିକ୍ରି ହୋଇଯାଇଛି । ଏହି କାରଖାନା ସ୍ଥାପନା ହେବା ପରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଚାଷୀ ଆଖୁଚାଷ କରି ଲାଭବାନ ହେବା ସହତି ସ୍ୱାବଲମ୍ବି ହୋଇ ପାରୁଥିଲେ । ଆଖୁ ଚାଷ ପାଇଁ କାରଖାନା ତରଫରୁ ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇ ଚାଷୀମାନଙ୍କୁ ଜଳ ଯୋଗାଣ ମଧ୍ୟ କରାଯାଉଥିଲା ।ଶକ୍ତି ସୁଗାର୍ସ କାରଖାନାଦ୍ୱାରା ପ୍ରତ୍ୟକ୍ଷ ଭାବରେ ଦୁଇ ଶହ ଶ୍ରମିକ ଉପକୃତ ହେଉଥିବା ବେଳେ ପରୋକ୍ଷରେ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ସେହିପରି ଆଖୁ ଭଳି ଲାଭଜନକ ଫସଲ ଉତ୍ପାଦନ କରି ଢେଙ୍କାନାଳ ସହିତ କଟକ,ଖୋର୍ଦ୍ଧା,ଯାଜପୁର ଏବଂ ଅନ୍ୟାନ୍ୟ ଜିଲ୍ଳାର ଚାଷୀମାନେ ଉପକୃତ ହେଉଛନ୍ତି ।

ବାର୍ଷିକ ୩ଶହରୁ ୪ ଶହ କୋଟି କ୍ଷତି ହେଉଥିବାର କାରଖାନା ପ୍ରକାଶ କରି ଏହାକୁ ବିକ୍ରି କରାଯାଇଛି । ଗତ ମଇମାସ ୨ ତାରିଖରେ ହୋଇଥିବା । ଚୁକ୍ତିନାମା ଅନୁସାରେ ଇଣ୍ଡିଆନ ପଟାସ ଲିମିଟେଡ ଏହାକୁ ୧୩୪ କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଛି ।ସମସ୍ତ ଆସବାବ ପତ୍ର କାରଖାନା, ଯାହା ଯେଉଁ ସ୍ଥିତିରେ ରହିଛି ସେହି ଅନୁସାରେ ଏହାକୁ ବିକ୍ରି କରାଯାଇଥିବା ବେଳେ ନୁତନ ମାଲିକ ଭାବରେ ଇଣ୍ଡିଆନ ପଟାସ ଲିମିଟେଡ ଜୁଲାଇ ଏକ ତାରିଖରୁ ବ୍ୟବସାୟ ହସ୍ତାନ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ଜଣାପଡ଼ିଛି। । ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହୋଇ ପଡୁଥିବା ବେଳେ ଏବେ ଶକ୍ତି ସୁଗାର୍ସ ବନ୍ଦହେବା ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଜିଲ୍ଳାରୁ ନୀଳାଚନ ରିଫ୍ରାକ୍ଟୋରିଜ,ରିଲାଏନସ,ଇପିଷ୍ଟିଲ,ଏସଏନ କରପୋରେସନ,ଗୋବିନ୍ଦପୁର ସୂତାକଳ ଭଳି କାରଖାନା ବନ୍ଦ ହେବା ପରେ ହଜାର ହଜାର ଶ୍ରମିକ ନିଜର ରୋଜଗାର ହରାଇ ଦାଦନ ଶ୍ରମିକ ଭାବରେ ମୂଲ ମଜୁରୀ କରୁଛନ୍ତି । ପୁଣି ଜିଲ୍ଲାରେ ଥିବା ସର୍ବବୃହତ ଚିନି କାରଖାନା ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

new life
You might also like
error: Content is protected !!