News
lipub
samparksetu

ସନ୍ଧ୍ୟା


ସନ୍ଧ୍ୟା ଆସେ,
ନିରୀହ ପକ୍ଷୀର ହୃଦୟ ଖୋଲା କାକଳିରେ,
କବିର ଅନ୍ତର ମନେ କଳ୍ପନାର ଡେଣାରେ,
ଅସ୍ତାଚଳ ସୂର୍ଯ୍ୟର
ଅପସରୀତ ହେଉଥିବା ଚେନାଏ ସୂର୍ଯ୍ୟଲୋକେ,
ଚଉଁରାର ତଳେ ପବିତ୍ର ଦୀପାଲୋକେ

ସନ୍ଧ୍ୟା ଆସେ,
ମୁକ ଅରୁନ୍ଧତୀ ତାରାର ଦିପିଦିପି ଆଭାରେ
ଝାପ୍ସା ଡିବିରି ଆଲୁଅ
ଛବି ବହିର ପୃଷ୍ଠାରେ
ଗାଉଁଲି ଲାଜେଇ ଝିଅର
ନଇଁଥିବା ପତାତଳେ
କଜଳର ରେଖା ହୋଇ,
ସନ୍ଧ୍ୟା ଆସେ, ନିଶି ରଜନୀଗନ୍ଧାର ସଖି ହୋଇ

ସନ୍ଧ୍ୟା ଆସେ,
ବିଫଳ ପ୍ରେମିକର ଦୀର୍ଘଶ୍ୱାସ ପରି,
ବିରହୀ ପ୍ରେମିକାର ଅବଶୋଷ ପରି,
ଅସମର୍ଥ ବାପାର ହାହାକାର ପରି,
ଦରଦୀ ମାଆର ଶୀତଳ ଲହୁ ପରି,
ଚଗଲି କଙ୍କିର ସ୍ପନ୍ଦିତ ଡେଣା ପରି,
ପାଚିଲା ଜେଜେର କମ୍ପିତ ଓଠ ପରି,

ସନ୍ଧ୍ୟା ଆସେ ପ୍ରିତିଦିନ
ନିଜର ଅଦ୍ଭୁତ ଯାଦୁଗରୀ ସହିତ ……….

✍️ଜିନାତମାମ୍ ଦର୍ଜୀ

new life
You might also like
error: Content is protected !!