News
lipub
samparksetu

ସଂକ୍ରମଣ

ଗ୍ରାମାଚଂଳରେ ଦୁର୍ନିତୀର ଝଡ
ସହରାଚଂଳରେ ପିସି
ଚତୢର୍ଥ ସ୍ତମ୍ବର ପେଟ ମୋଡିକିରି
ଉଠାଏ ଦଗଧ ବାନ୍ତି       ll

ମର୍ତ୍ତ୍ଯାଚଂଳରେ ତୋର ମୋର
ସ୍ବର୍ଗାଚଂଳରେ ଆମେ
କୁଶର ବେଣାର ଅବୈଧ ସମ୍ପର୍କ
ସଂନ୍ଦେହର ସଂକ୍ରମଣେ  ll

ଉତ୍ତରାଚଂଳରେ ବିସ୍ତାର ବାଦ
ଦକ୍ଷିଣାଚଂଳରେ ଇର୍ଷା
ପ୍ରଜାତନ୍ତ୍ରରେ ମଜା ମାରୁଛନ୍ତି
ଦଳେ ଲାଞ ହଲା କୁତ୍ତା  ll

ପଶ୍ଚିମାଚଂଳରେ ଜବର ଦଖଲ
ପୂର୍ବାଚଂଳରେ  ଡର
ଘରବୁଡି ପାଣି ଅଣ୍ଟାକୁ ବୁଡାଏ
ଭାଂଗି ଦଖଲର ହିଡ     ll

ଅସ୍ତାଚଂଳରେ ଆତଙ୍କି ଆଖଡା
ଉଦୟାଚଂଳରେ କ୍ରାନ୍ତି
ନିଶିଦ୍ଧାଚଂଳରେ ଅନୁ ପ୍ରବେଶର
ଅସିଦ୍ଧାଚଂଳରେ ମସ୍ତି       ll

କାର୍ଯ୍ଯାଚଂଳରେ ଜଡସଡ ଭୟ
ଭାର୍ଯ୍ଯାଚଂଳରେ ଭକ୍ତି
ଏକରୁ ତିନି ଲିଙ୍ଗ ମାନ୍ଯତାରୁ
କ୍ରମିକ ଚାଲିଛି କଟି         ll

✍️ମହେନ୍ଦ୍ର ନଂଦ

new life
You might also like
error: Content is protected !!