News
lipub
samparksetu

ସଂସ୍କୃତ ଶିକ୍ଷୟିତ୍ରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ଯୁ !

ସଂସ୍କୃତ ଶିକ୍ଷୟିତ୍ରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ଯୁ l ସୂଚନାଯୋଗ୍ୟ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାପୀଠର ସଂସ୍କୃତ ଶିକ୍ଷୟିତ୍ରୀ ଲିଲି ସେନାପତି ନିଜ ବାପଘର ଭାପୁର ଗାଁରୁ ବିଦ୍ୟାଳୟକୁ ସ୍କୁଟିରେ ଆସୁଥିବା ବେଳେ କମଗରl ସେତୁ ଉପରେ ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା l

ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ମାମେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!