News
lipub
samparksetu

ସତ୍ୟ ପଥର ଯାତ୍ରୀ, ମହାତ୍ମା ଗାନ୍ଧୀ

ପ୍ରିୟ ପାଠକ ବନ୍ଧୁ ! ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ସତ୍ୟକୁ ଏକ ପ୍ରକୃତ ଲାଭଦାୟକ ଶକ୍ତି ଭାବରେ ବିବେଚନା କରିଛନ୍ତି,ସେ କହିଥିଲେ ମୃତ୍ୟୁ ମଧ୍ୟରେ ଜୀବନ ଜାଗ୍ରତ ହୁଏ, ଅସତ୍ୟ ମଧ୍ୟରେ ସତ୍ୟ ଜାଗ୍ରତ ହୁଏ ଏବଂ ଅନ୍ଧକାର ମଧ୍ୟରେ ଆଲୋକ ଜାଗ୍ରତ ହୁଏ। ତାଙ୍କ ଜୀବନ ଇତିହାସରେ ଗୋଟିଏ ସୁନ୍ଦର ଶିକ୍ଷାପ୍ରଦ ଘଟଣା ବର୍ଣିତ ଅଛି । ଗାନ୍ଧୀଜୀଙ୍କ ବଡ ଭାଇ ଋଣରେ ବୁଡ଼ି ରହିଥିଲେ, ଭାଇଙ୍କୁ ଋଣରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଗାନ୍ଧିଜୀ ତାଙ୍କ ପାଖରେ ଥିବା ଏକ ସୁନା ଖଡ଼ୁ ଟିକୁ ବିକ୍ରି କରି ତାଙ୍କ ଭାଇକୁ ଋଣ ସୁଝିବାକୁ ଟଙ୍କା ଦେଇଦେଲେ,ବାପାଙ୍କ ଠାରୁ ମାଡ଼ ଖାଇବା ଭୟ ରେ ଗାନ୍ଧିଜୀ ତାଙ୍କ ପିତାମାତାଙ୍କୁ ମିଛ କହିଦେଲେ ଯେ ସୁନାଖଡ଼ୁ ଟି ହଜିଗଲା। କିନ୍ତୁ ମିଥ୍ୟା କାରଣରୁ ଗାନ୍ଧିଜୀଙ୍କ ମନ ସ୍ଥିର ହୋଇ ରହି ପାରିଲା ନାହିଁ, ତାଙ୍କ ମନଟା ଭାରି ଘାଣ୍ଟି ଗୋଳେଇ ହେଲା, ସେ ନିଜ ଭୁଲକୁ ଅନୁଭବ କଲେ ଏବଂ ତାଙ୍କ ଆତ୍ମା ​​ତାଙ୍କୁ ବାରମ୍ବାର କହିଲା ଯେ ସେ ମିଛ କହିବା ଉଚିତ୍ ହୋଇ ନାହିଁ ।

ସୁତରାଂ ଗାନ୍ଧିଜୀ ନିଜର ଅପରାଧ ସ୍ୱୀକାର କଲେ ଏବଂ ସେ ପୁରା କଥା ଗୋଟିଏ କାଗଜରେ ଲେଖି ତାଙ୍କ ପିତାଙ୍କୁ ଦେଲେ। ଗାନ୍ଧିଜୀ ଭାବିଲେ ଯେତେବେଳେ ବାପା ମୋ ଅପରାଧ ବିଷୟରେ ଜାଣିବେ ସେତେବେଳେ ସେ ତାଙ୍କୁ ବହୁତ ମାଡ଼ ମାରିବେ । କିନ୍ତୁ ବାପା ଏହିପରି କିଛି କଲେ ନାହିଁ। ସେ ବସି ପଡିଲେ ଏବଂ ତାଙ୍କ ଆଖିରୁ ଲୁହଧାର ବୋହିଗଲା। ବାପାଙ୍କର ୟେ ଅବସ୍ଥା ଦେଖି ଗାନ୍ଧିଜୀ ବହୁତ ଦୁଃଖିତ ହେଲେ। ସେ ଅନୁଭବ କଲେ ଯେ ପ୍ରେମ ହିଂସା ଅପେକ୍ଷା ଅଧିକ ପ୍ରଭାବଶାଳୀ ଦଣ୍ଡ ଦେଇପାରେ ।

ବାଲ୍ୟ କାଳରୁ ହିଁ ଗାନ୍ଧୀଜୀ ମିଛ ନ କହିବାର ଶିକ୍ଷା ଗ୍ରହଣ କରିଥିଲେ। ଆମେ ଯେତେବେଳେ କାହାକୁ ମିଛ କହି ଥାଉ ଏମିତି ସମାନ ସ୍ୱର ଆମ ଅନ୍ତରାତ୍ମାରୁ ମଧ୍ୟ ଆସିଥାଏ, କିନ୍ତୁ ଆମେ ସେହି ସ୍ୱରକୁ ବିଶ୍ୱାସ ନକରି ଅଣଦେଖା କରି ସବୁଠାରୁ ବଡ଼ ଭୁଲ କରିଥାଉ। ତେବେ ଆସନ୍ତୁ ଗାନ୍ଧୀଜୀଙ୍କ ଜୀବନରୁ ଶିକ୍ଷା ଲାଭ କରି ଆମେ ସମସ୍ତେ ସତ୍ୟ ପଥରେ ଆଗେଇ ଯିବା ।

✍️ ଅନସାର୍ ଅଲୀ ଖାଁ

new life
You might also like
error: Content is protected !!