News
lipub
samparksetu

ସ୍କୁଲ ଫେରାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥନା ଗାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ !

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଶାସିଂହ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ମାନେ ପହଞ୍ଚି ତାଙ୍କ ସ୍କୁଲ ଫେରାଇଦେବା ପାଇଁ ଦାବି କରି ବସିଥିଲେ।

ଛାତ୍ରଛାତ୍ରୀ ମାନେ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥନା ଗାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ସୂଚନା ମୁତାବକ ପଶାସିଂହ ଗ୍ରାମରେ ପିଲାମାନଙ୍କ ପାଠପଢିବାକୁ ନେଇ ଗ୍ରାମରେ ପଶାସିଂହ ସରକାରୀ ପ୍ରାଥମିକ ସ୍କୁଲଟିଏ ଥିଲା। ଗତ୨୦୨୦ ମସିହା ସରକାରଙ୍କ ନିୟମ ଅନୁଯାୟୀ ସ୍କୁଲଟିକୁ ବନ୍ଦକରିଦିଆଯାଇଛି ଏବଂ ନିକଟସ୍ଥ ରସାସିଂହ ସ୍କୁଲ ସହିତ ମିଶ୍ରଣ କରାଯାଇଛି ।

ଚଳିତ ବର୍ଷ ସ୍କୁଲ ଖୋଲିବା ପରେ ଗ୍ରାମର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୨ଦିନ ସ୍କୁଲ ଯାଇଥିଲେ ହେଲେ କିଛି ପିଲାଙ୍କର ଦେହ ଅସୁସ୍ଥ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଇଛନ୍ତି। ଏବଂ ପିଲାମାନେ ସ୍କୁଲ ଯାଉଥିବା ବାଟରେ ରେଳ ଧାରଣା, ଜଙ୍ଗଲି ଜନ୍ତୁ ତଥା ହାତୀ, କୁକୁର, ମାଙ୍କଡମାନଙ୍କର ଭୟ ରହିଥିବା ଯୋଗୁଁ ପିଲାମାନେ ସ୍କୁଲ ଯାଉନାହିଁନ୍ତି।

ସେଥିପାଇଁ ଆମ୍ଭସ୍କୁଲଟିକୁ ଖୋଲା ଯାଉ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି । ଦିର୍ଘ ସମୟ ପରେ ଜିଲ୍ଲା ଶିକ୍ଷା ଅଧିକରୀ ଓ ଜିଲ୍ଲାପାଳଙ୍କ ପ୍ରତିସୃତି ପରେ ସେମାନେ ଧାରଣାରୁ ଉଠିଥିଲେ।

new life
You might also like
error: Content is protected !!