News
lipub
samparksetu

ମନ ମହୁଛି କାଶତଣ୍ଡି ଫୁଲ ; ମହୀ ଦିଶଇ ଧବଳ

ପାର୍ବଣର ଆଗମନରେ ମହକି ଉଠେ କାଶ ତଣ୍ଡିର ସମ୍ଭାର । ରାସ୍ତା କଡ ନଇଁ ପଠା, ଯୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳିଥାଏ କାଶ ତଣ୍ଡି ଫୁଲ । ଲାଗେ ଯେମିତି କାଶତଣ୍ଡିର ଚାଦର ସ୍ପର୍ଶରେ ଧରାପୃଷ୍ଟକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଧୋବ ଫର ଫର କାଶତଣ୍ଡି ଫୁଲ ଶୋଭାମଣ୍ଡନ କରେ ଧରାପୃଷ୍ଠକୁ । ଏହାକୁ ଦେଖି କବି ମନ ମଧ୍ୟ ଉଲ୍ଲସିତ ହୋଇ ଉଠେ । ଲେଖନୀରୁ ଝରି ଆସେ ଅନେକ କବିତା ।

ଢେଙ୍କାନାଳ ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ । ସତେ ଯେମିତି ରାସ୍ତା କଡରୁ ଦୂରଦିଗନ୍ତ ପର୍ଯ୍ୟନ୍ତ ଧରଣୀ ରାଣୀ ଓଢି ହୋଇଛି ଧଳା ଚାଦର । ଶୁଭ୍ର ଆକାଶ ତଳେ ରାସ୍ତା କଡ଼ଠାରୁ ବ୍ରହ୍ମଣୀ ନଈ ପଠା ପର୍ଯ୍ୟନ୍ତ ପସରା ମେଲିଛି କାଶତଣ୍ଡୀର ଆସର। ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି ବାଟରେ ଯାଉଥିବା ବାଟୋଇବି ଘଡିଏ ଅଟକି ଯାଉଛି କ୍ୟାମେରାରେ ଏହାର ସୌନ୍ଦର୍ଯ୍ୟ କଏଦ କରିବା ପାଇଁ । ଶରତ ଆଗମନରେ ଜଗତ ଜନନୀ ମା ଦୂର୍ଗାକୁ ଆବାହନ କରି କାଶତଣ୍ଡୀ ଧରାପୃଷ୍ଠକୁ ଶୋଭାମଣ୍ଡନ କରୁଛି ।

new life
You might also like
error: Content is protected !!