News
lipub
samparksetu

ଗୋପାଳ ର ସଫଳତା


   
        ମୋହନପୁର ଗ୍ରାମ ରେ ଜଣେ ଲୋକ ଥିଲା ।ତାର ନାମ ଗୋପାଳ । ସେ ବହୁତ ଗରିବ ଥିଲା ।ତାକୁ ଦୁଇ ଓଳି ଖାଇବା ପାଇଁ ମଧ୍ୟ ମିଳୁନଥିଲା। ତାକୁ ମିଠା ତିଆରି କରିବା ଜଣାଥିଲା।
            
ଦିନେ ତା ମାଆର ଦେହ ଖରାପ ହେଇଗଲା । ମାଆ ଙ୍କ ଚିକିତ୍ସା ପାଇଁ ଅର୍ଥ ର ଆବଶ୍ୟକତା ପଡ଼ିଲା। ତେଣୁ ସେ ମିଠା ତିଆରି କରିବା ଆରମ୍ଭ କଲା। ସେ ପ୍ରଥମ ଦିନ ରେ ରସଗୋଲା ଏମିତି ତିଆରି କଲା ଯେ ଲୋକମାନେ ତା ରସଗୋଲା ରେ ଆକୃଷ୍ଟ ହୋଇ ତା ପାଖକୁ ଆସିଲେ।
          
ଧିରେ ଧିରେ ତାର ବେପାର ରେ ଅଧିକ ଲାଭ ହେଲା। ତା ମାଆ ର ଚିକିତ୍ସା କରି ତାଙ୍କୁ ଭଲ କରିଦେଲା। ତା ପରେ ସେ ଗୋଟିଏ ବଡ଼ ମିଠା ଦୋକାନ ଖୋଲିଲା।
           
ତାର ଜଣେ ସାଙ୍ଗ ଥିଲା ସେ ଗୋପାଳ ର ଏ ସଫଳତା କୁ ଦେଖି ସହି ପାରିଲା ନାହିଁ। ସେ କୌଶଳ କ୍ରମେ ଗୋପାଳ ର ମିଠା ପ୍ରସ୍ତୁତ କରିବା ପ୍ରଣାଳୀ ଲେଖା ଥିବା ବହି ନେଇଗଲା। ଫଳ ରେ ତାର ମିଠା ର ଗୁଣ ଆଉ ଆଗ ଭଳି ରହିଲା ନାହିଁ। ତାର ବ୍ୟବସାୟ ରେ କ୍ଷତି ହେଲା। ସେ ଚିନ୍ତିତ ହୋଇଗଲା। ଦିନେ ସେ ସନ୍ନ୍ୟାସୀ ବେଶ ରେ ତାର ସାଙ୍ଗ ପାଖକୁ ଗଲା।

ସନ୍ନ୍ୟାସୀଙ୍କର ଯଥା ଚର୍ଚ୍ଚା କଲା। ସନ୍ନ୍ୟାସୀ ତାର ଆଚାର ବ୍ୟବହାର ରେ ଖୁସି ହୋଇଗଲେ ଆଉ କହିଲେ ବତ୍ସ ତୁମେ ମୋତେ ଏପରି ଗୋଟିଏ ଜିନିଷ ଦିଅ ଯାହା ଦ୍ଵାରା କି ମୁଁ ସ୍ଵାଦିଷ୍ଟ ଖାଦ୍ୟ ବନାଇ ପାରିବି। ଗୋପାଳ ର ସାଙ୍ଗ କିଛି ବୁଝିନପାରି ଗୋପାଳ ପାଖରୁ ଆଣିଥିବା ବହିଟି ତାକୁ ଦେଇ ଦେଲା। ଗୋପାଳ ମନ ଖୁସି ରେ ଘରକୁ ଫେରିଲା ଓ ତାର ବ୍ୟବସାୟ ଭଲ ରେ ଚାଲିଲା। ଗୋପାଳ ତାର ବୁଦ୍ଧି ବଳରେ ସଫଳତା ପାଇଲା।
    
     ✍️  ସୋଭିତ ସୌମ୍ୟପ୍ରକାଶ
                                

new life
You might also like
error: Content is protected !!