News
WhatsApp Image 2023-10-04 at 17.25.00
samparksetu

ରବିବାର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ତାଓ୍ଵା ପନିର

ଆଜି ରବିବାର ଫୁଣି ସଟଡାଉନରେ ହୋଟେଲରେ ତାଲା ତେବେ ଆଜିର ସ୍ନାକ୍ସରେ ଘରେ ବନାନ୍ତୁ ‘ତାଓ୍ଵା ପନିର’  ।

ତାଓ୍ଵା ପନିର ବନାଇବା ପାଇଁ ଆବଶ୍ୟକୀୟ ପ୍ରଣାଳୀ

ସ୍ଲାଇସ୍‌ କଟା ହୋଇଥିବା ପନିର,
ବଟର,
ଚିଲ୍ଲୀ ଫ୍ଲେକ୍ସ,
ଟମାଟୋ ସସ୍‌,
ଛୋଟ କଟା ଲଙ୍କା,
ଗୁଣ୍ଡ କଟା ରସୁଣ, ଲୁଣ ଓ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ତାଓ୍ଵାକୁ ଗରମ କରି ସେଥିରେ ବଟର ପକାନ୍ତୁ । ବଟର ତରଳିଗଲେ ତା’ ଉପରେ ସ୍ଲାଇସ୍‌ କଟା ପନିର ପକାନ୍ତୁ । ଏହାକୁ ହାଲ୍‌କା ବ୍ରାଉନ୍‌ ରଙ୍ଗ ହେବା ଯାଏଁ ଭାଜନ୍ତୁ । ପରେ ପ୍ଲେଟକୁ କାଢ଼ି ନିଅନ୍ତୁ। ଏବେ ତାଓ୍ଵାରେ ଆଉ ଟିକେ ବଟର ନିଅନ୍ତୁ । ଗରମ ହୋଇଗଲେ ଏଥିରେ କଟା ରସୁଣ, ଚିଲ୍ଲୀ ଫ୍ଲେକ୍ସ, କଟା ଲଙ୍କା, ଦୁଇଟି ଚାମଚ ଟମାଟୋ ସସ୍‌ ଓ ସ୍ୱାଦାନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଏବେ ଏଥିରେ ଭଜା ପନିର ପକାଇ ୨-୩ ମିନିଟ୍‌ ଯାଏଁ ଫ୍ରାଏ କରନ୍ତୁ । ଏହା ପରେ ପାତ୍ରକୁ କାଢ଼ି ଧନିଆ ପତ୍ରରେ ସଜାଇ ପରଷନ୍ତୁ ‘ତାଓ୍ଵା ପନିର’ ।

new life
You might also like
error: Content is protected !!