News
lipub
samparksetu

ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଟାଟା ଷ୍ଟିଲ ବିଏସଏଲ

କୌଣସି କାରଣ ବଶତଃ ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ନିକଟରେ ଥିବା ଏକ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ତେବେ ଅଗ୍ନିକାଣ୍ଡ ଖବର ପାଇ କମ୍ପାନୀର ଅଗ୍ନିଶମ କର୍ମଚାରୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ସାହୁ ବାନ୍ଦ୍ରା ଏବଂ ଜିତେନ୍ଦ୍ର ନାଥଙ୍କ ଘର କ୍ଷତିଗ୍ରସ୍ତ ଘଟିଥିବା ବେଳେ କମ୍ପାନୀ ପକ୍ଷରୁ ୮ ଦିନର ରାସନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଉଭୟ ପରିବାର ମୟୁରଭଞ୍ଜ ର ବାସୀନ୍ଦା ହୋଇଥିବା ବେଳେ ଶ୍ରମିକ ଭାବେ ପ୍ଲାଣ୍ଟ ନିକଟରେ କାର୍ୟ୍ଯରତ ଥିଲେ ।

new life
You might also like
error: Content is protected !!