News
lipub
samparksetu

ତୁମ ଅପେକ୍ଷାରେ

ଆସିବାର ଅଛି ଯଦି ସମୟରେ ଆସ
ବିଳମ୍ବ କରିବ ନାହିଁ,
ଗୁଧୂଳି ବେଳାରେ ସଞ୍ଜ ନଇଁଗଲେ
ଦେଖି ମୁଁ ପାରିବି ନାହିଁ।

କଥା ଦେଇଥିଲ ମଥା ମୋର ଛୁଇଁ
ସଅଳ ଆସିବ ଆଜି,
ଦୁହେଁ ମିଶି ଆମେ କରିବା ଆଳାପ
ପାଗଳ ପ୍ରେମୀକ ସାଜି।

ଶୀତଳ ସମୀର ଶରୀରକୁ ମୋର
ଛୁଉଁଥାଏ ଯେତେଥର,
ତୁମ କଥା ଭାବି ମନ ମୋର ହୁଏ
ବିଚଳିତ ବାରମ୍ବାର।

ଜଗି ମୁଁ ବସିଛି ଏକା ଏକା ସାଥୀ
ଆସିବା ବାଟକୁ ଚାହିଁ,
ସଞ୍ଜନଇଁ ଆଜି ଅନ୍ଧାର ହେଲାଣି
ତୁମେ ତ ଆସିଲ ନାହିଁ।

ମନରେ ମୋହର ପ୍ରଶ୍ନବାଚୀ ଆସେ
କାହିଁ ଆସିଲନି ତୁମେ ?
ପୂର୍ବର ଦେଖାରେ ମିଳିମିଶି କିଛି
ଭୁଲ୍ ତ କରିନେ ଆମେ ?

ତୁମ ଅପେକ୍ଷାରେ ଭାବିଲି ରହିବି
ଚିରଦିନ ପାଇଁ ମିତ,
ଯେତେ ମୁଁ ଚାହିଁଲି ରହିପାରିଲିନି
ମନ ହେଲା ବିଚ୍ଛୁରିତ।

ଅନେକ ଦୁଃଖରେ ଭାବ ପ୍ରବଣରେ
ମୁଣ୍ଡ ଲାଗୁଥିଲା ଭାରି,
ଅପେକ୍ଷା ଅନ୍ତରେ ଅନ୍ଧାର ରାତିରେ
ଘରକୁ ଆସିଲି ଫେରି।

✍ଅଜୟ କୁମାର ସାହୁ

new life
You might also like
error: Content is protected !!