News
lipub
samparksetu

ଲଗାଣ ବର୍ଷାରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗ୍ରାମ ରେ ଲଗାଣ ବର୍ଷା ରେ ମାଟି କାନ୍ଥ ପଡି ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଜଣଙ୍କ ହେଉଛନ୍ତି ଗୁନେଇବିଲ ଗାଁ ର ଶାନ୍ତି ଲତା ଭୋଇ ।ସୂଚନା ମୁତାବକ ସେ ଦୀର୍ଘ ଦିନ ଧରି ତାଙ୍କ ଭଉଣୀ ଘରେ ରହି ଆସୁଥିଲେ ।

ତେବେ ଆଜି ଲଗାଣ ବର୍ଷା କାରଣରୁ ସେ ଘରେ ବସିଥିବା ବେଳେ ମାଟି କାନ୍ଥ ଖସି ପଡିଥିଲା । ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ପ୍ରଥମେ ଅଁଳାବେରେଣୀ ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଛେଦ ପାଇଁ ପଠାଇଯାଇଛି ଏ ନେଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

new life
You might also like
error: Content is protected !!