News
lipub
samparksetu

ବେଶ ଧୁମଧାମ ରେ ପାଳନ ହେଲା ଟୁସୁ ପର୍ବ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନସ୍ଥ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି ।

ଏହି ପର୍ବ କୁଡୁମି ସମ୍ପ୍ରଦାୟ ମାନଙ୍କ ଇଂରାଜି ନବ ବର୍ଷ ର ପ୍ରଥମ ପର୍ବ ହୋଇଥିବା ବେଳେ, ଏହାକୁ ସେମାନେ ବେଶ ଆଡମ୍ବର ଭାବେ ପାଳନ କରିଥାନ୍ତି । ତେବେ ତାଙ୍କ ସମ୍ପ୍ରଦାୟ ର ଟୁସୁ ମୁନି ନାମକ ଏକ କନ୍ୟା ନିଜ ସତୀତ୍ୱ କୁ ବଞ୍ଚାଇବାକୁ ଯାଇ ମକର ସଂକ୍ରାନ୍ତି ଦିନ ଜଳ ସମାଧି ଦେଇଥିଲେ ।

ତେଣୁ ସେହିଦନ କୁ ମନେ ରଖିବା ପାଇଁ ଏହି ଟୁସୁ ପର୍ବ ପାଳନ କରାଯାଇଥାଏ । ତେବେ ମକର ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଟୁସୁ ମୁନି ର ଏକ ମୂର୍ତ୍ତି ଆଖ ପାଖ ଗାଁ ର କୁଡୁମି ସମ୍ପ୍ରଦାୟ ର ମହିଳା ମାନେ ନିର୍ମାଣ କରି, ତାକୁ ବେଶ ସାଜ ସଜା କରି ଗାଁ ଗାଁ ବୁଲି ନିଜର ପାରମ୍ପରିକ ଗୀତ ଗାଇ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ ଏକତ୍ରିତ ହୋଇ ଥିଲେ ।

ସେଠାରେ କ୍ରମାନ୍ୱୟରେ ଚଳିତ ବର୍ଷ ମୋଟ ୧୫ ଟି ଟୁସୁ ମୂର୍ତ୍ତ ଆସିଥିବା ବେଳେ,ଉପସ୍ଥିତ ଅତିଥି ଙ୍କ ସମ୍ମୁଖରେ ଥିବା ମଞ୍ଚ ଉପରେ ନିଜ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ ।ପରିଶେଷରେ ଉକ୍ତ ମୂର୍ତ୍ତି ଗୁଡିକ କ୍ରମାନ୍ୱୟରେ ପାଖରେ ଥିବା ନାଳ ରେ ବିସର୍ଜନ କରିଥିଲେ ।

new life
You might also like
error: Content is protected !!