News
lipub
samparksetu

ସମିତି ସଭ୍ୟ ଙ୍କୁ ଗୁଳି କରି ହତ୍ୟା ଘଟଣାରେ ୬ ଅଟକ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ବାରୁଆଁ(କ) ସମିତି ସଭ୍ୟ ଦୀପକ କୁମାର ମାହୁନ୍ତଙ୍କ ହତ୍ୟାକାଣ୍ଡ ଘଟଣାରେ ପରିବାରର ଲୋକଙ୍କ ଅଭିଯୋଗ କ୍ରମେ ୬ ଜଣଙ୍କୁ ଅଟକ ରଖିଛି ଟାଉନ ପୋଲିସ ।

ବିଶେଷ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଘରେ ଥିବା ସମୟରେ ଦୀପକଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା । ପରେ ଇଛବତୀପୁର ତାଙ୍କ ଫାର୍ମ ହାଉସକୁ ଯାଇ ଫେରିନଥିଲେ । ହେଲେ ଆଜି ଭୋର ସମୟରେ ତାଙ୍କୁ ଅଚେତ ଅବସ୍ଥାରେ ଜାମୁଝରା ଛକରେ ଠାବ କରାଯାଇଥିଲା । ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୀପକଙ୍କ ବାପା ସରପଞ୍ଚ ଥିଲେ । ତାଙ୍କ ପତ୍ନୀ ଗତ ଦୁଇଥର ହେଲା ସରପଞ୍ଚ ରହିଥିବା ବେଳେ ସେ ନିଜେ ସମିତି ସଭ୍ୟ ଥିଲେ । ଏହାସହ ଦୀପକ ବାଲି ଘାଟ ନିଲାମୀ କାର୍ଯ୍ୟ ମଧ୍ୟ କରୁଥିଲେ । ଫଳରେ ପୂର୍ବ ଶତ୍ରୁତା ଓ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ୬ ଜଣଙ୍କୁ ପୋଲିସ ଅଟକ ରଖିଛି ।

new life
You might also like
error: Content is protected !!