News
lipub
samparksetu

ସଂପତ୍ତି ପାଇଁ ବାପାକୁ ହତ୍ୟା ଘଟଣା ; ୨ ପୁଅ , ଭାଇ ସହ ୫ ଗିରଫ

ଟାଉନ ଥାନା ଅନ୍ତର୍ଗତ କାଳିସାହି ଯୁଆଙ୍ଗ ବସ୍ତିରେ ସଂପତ୍ତି ପାଇଁ ବାପାକୁ ହତ୍ୟା କରିବା ପରେ ପୋଡ଼ିଦେବାକୁ ଉଦ୍ୟମ କରୁଥିବା ଘଟଣା ରେ ଟାଉନ ଥାନା ପୋଲିସ ୨ ପୁଅ ଏବଂ ମୃତକ ଙ୍କ ସାନଭାଇ ସମେତ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ବଡ଼ ପୁଅ ପ୍ରକାଶ ବାପାକୁ ହତ୍ୟା କରିଥିବା ବେଳେ ଅନ୍ୟ ୪ ଜଣ ପ୍ରମାଣ ନଷ୍ଟ କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ ।

ସୂଚନା ମୁତାବକ ସାନ ପୁଅ ଦିପକକୁ ବାପା ଏକ ଦାମି ବାଇକ କିଣି ଦେଇଥିଲେ। ବଡପୁଅ ପ୍ରକାଶ ଏହାକୁ ସହ୍ୟ କରିପାରୁ ନଥିଲା। ସେ ମଧ୍ୟ ବାପାଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ପ୍ରକାଶଙ୍କୁ ବାପା ଟଙ୍କା ନଦେବାରୁ ଏବଂ ଜମିବାଡ଼ିକୁ ନେଇ ପାରିବାରିକ ଅଶାନ୍ତିରେ ଗତ ୭ ତାରିଖ ରାତିରେ ସାନ ପୁଅ ଘରେ ନଥିବାବେଳେ ଆକ୍ରମଣ କରିଥିଲା। ବାପା ତ୍ରିଲୋଚନ ପ୍ରଧାନକୁ(୬୫) ମାଡମାରିବା ସହିତ ଏକ ଧାରୁଆ ବ୍ଲେଡରେ ବେକକୁ କାଟି ଦେଇଥିଲା ଏବଂ ପଥରରେ ଛେଚିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କର ମୃତ୍ୟୁ ହୋଇଥିଲା।

new life
You might also like
error: Content is protected !!