News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରାଇତଳା ଗ୍ରାମରେ ପ୍ରସ୍ତୁତ ହେଲା ଜୈବଇଟା ଷ୍ଟ୍ରକ୍‌ଚର

ପରିବେଶକୁ ବଞ୍ଚାଇବା ପାଇଁ ପ୍ରତିବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ସଚେତନତା ଅଭିଯାନ କରାଯାଇଥାଏ । ଏହି ଦିନ ଅନେକ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ପ୍ଲାଷ୍ଟିକ ବର୍ଜନ ର ବାର୍ତା ସହ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ତିଆରି ଲକ୍ଷରେ ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଷବିତ୍ ଶୁଭ୍ରାଂଶୁ ଶତପଥୀ ଙ୍କ ତତ୍ୱାବଧାନରେ ରାଇତଳା ଗ୍ରାମରେ ଏକ ଜୈବକୁଣ୍ଡ ପ୍ରସ୍ତୁତି ହୋଇଛି ।

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ରାଇତଳା ଗ୍ରାମରେ ପ୍ଲାଷ୍ଟିକ ଆବର୍ଜନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ରୋକାଯାଇପାରିବ ଏ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ ଏବଂ ଶୁଭ୍ରାଂଶୁ ଶତପଥୀ ଙ୍କ ମିଳିତ ଉଦ୍ୟମରେ ପ୍ରତ୍ୟେକ ଦିନ ଘରୁ ପ୍ଲାଷ୍ଟିକ ଗୁଡିକ ସଂଗ୍ରହ କରାଯାଉଥିଲା ।

ଏହାକୁ ନେଇ ଇକୋ ବ୍ରିକ ବା ଜୈବ ଇଟା ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଶିଖା ଯାଇଥିବା ବେଳେ ଏହା ଦ୍ବାରା କିଭଳି ଗ୍ରାମରେ ପ୍ଲାଷ୍ଟିକ ଆବର୍ଜନା ର ମାତ୍ରା ରୋକାଯାଇପାରିବ ବୋଲି ଶୁଭ୍ରାଂଶୁ ଗ୍ରାମବାସୀ ଙ୍କୁ ବୁଝାଇଥିଲେ । ପରେପରେ ଗ୍ରାମବାସୀ ଙ୍କ ସହ ଗ୍ରାମ ନିକଟରେ ଏକ ଜୈବକୁଣ୍ଡ ପ୍ରସ୍ତୁତି ହୋଇଥିଲା । ଏପର୍ଯ୍ୟନ୍ତ ଏଭଳି କୁଣ୍ଡ ତିଆରିରେ ରାଇତଳା ଜିଲ୍ଲାରେ ପ୍ରଥମ ଗ୍ରାମ ବୋଲି ଜଣାପଡ଼ିଥିବା ବେଳେ, ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ଗ୍ରାମ ନିମନ୍ତେ ଏହି କୁଣ୍ଡ ଏକ ଉଦାହରଣ ପାଲଟିବ ବୋଲି ଗ୍ରାମବାସୀ ଜଣାଇଛନ୍ତି ।

new life
You might also like
error: Content is protected !!