ପ୍ରଖର ଶ୍ରୋତରେ ୬ କିଲୋମିଟର ଭାସିଗଲେ ୭୫ ବର୍ଷିୟା ବୃଦ୍ଧା l ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଠାରୁ ଅରଖପାଳ ପର୍ଯ୍ୟନ୍ତ ଲମ୍ବିଥିବା ରାମିଆଳ ପୋଲ ନିକଟ ରେ ଆଜି ପୂର୍ବାହ୍ନରେ ଗାଧୋଉଥିବା ସମୟରେ ଅରଖପାଳ ଗାଁର ଜଣେ ୭୫ ବର୍ଷିୟା ବିଧବା ମହିଳା ବାଲି ତରାଈ ଭାସି ଯାଇଥିଲେ ।
ବୁଧବାର ଅପରାହ୍ନରେ ସେଠାରୁ ୬ କିଲୋମିଟର ଦୂର କୃଷ୍ଣପୁର ଗାଁ ପମ୍ପହାଉସ ନିକଟରେ ପାଣିରେ ଭାସୁଥିବାର ଜଣେ ଗାଈ ଚରାଳି ଦେଖିଥିଲେ। ପରେ ଗାଈ ଚରାଳି ଜଣଙ୍କ ସ୍ଥାନୀୟ ସରପଞ୍ଚଙ୍କୁ ଖୋଲନା ରାଉତ ଙ୍କୁ ଖବର ଦେଇଥିଲେ। ପରେ ସରପଞ୍ଚ ପୋଲିସ ଓ ଆମ୍ବୁଲାନ୍ସ ଖବର ଦେଇଥିଲେ ।
ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ନିଜ ଗାଡିରେ ମାର୍ଥାପୁର ମେଡିକାଲକୁ ନେଇଥିଲେ। କିଛି ସମୟର ଚିକିତ୍ସା ପରେ ବୃଦ୍ଧା ଜଣଙ୍କ ସୁସ୍ଥ ହୋଇ ନିଜର ଏକ ମାତ୍ର ନାତି ଘରକୁ ଟାଙ୍ଗରପଡା କୁ ଫେରିଥିଲେ। ଆଉ ଗାଁକୁ ଫେରିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ରଖେ ହରି ତ ମାରେ କିଏ।
