News
lipub
samparksetu

ବଜ୍ରପାତରେ ୩ ମେଣ୍ଢା ମୃତ

ଓଡ଼ିଶାରେ କାଳ ବୈଶାଖୀ ବର୍ଷା ଲାଗି ରହି ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ଖାଜୁରିଆ ଗ୍ରାମରେ ବଜ୍ରପାତରେ ଜଳଧର ବେହେରାଙ୍କ ତିନୋଟି ମେଣ୍ଢା ମୃତ୍ୟୁ ବରଣ କରିଛନ୍ତି ଏବଂ ଘଟଣା ସ୍ଥଳରେ ମେଣ୍ଢା ଚରାଉଥିବା ବେଳେ ମେଣ୍ଢା ମାଲିକ ଜଳଧର ବେହେରା ଆହତ ହୋଇଛନ୍ତି ।

ସୂଚନା ଯୋଗ୍ୟ ,କିଛି ଦିନ ତଳେ ଜଳଧର ଏକ ଘରୋଇ ବ୍ୟାଙ୍କ ରୁ ଋଣ ଆଣି ମେଣ୍ଢା କିଣିଥିଲେ । ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମେଣ୍ଢା କିଣି ନିଜେ ନିଜ ଗ୍ରାମରେ ଚରାଉଥିବା ସମୟରେ ହଠାତ୍ ଅପରାହ୍ନ ତିନିଟା ସମୟ ବେଳେ ମହୁଲ ଗଛ ମୂଳରେ ବଜ୍ରପାତ ଘଟିଥିଲା। ଯାହା ଫଳରେ ଗଛ ମୂଳ ପାଖା ପାଖି ମେଣ୍ଢା ଗୁଡ଼ିକ ଥିବାରୁ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ସହ କିଛି ଦୂରରେ ଥିବା ମେଣ୍ଢା ମାଲିକ ଜଳଧର ବେହେରା ଆହତ ହୋଇଥିଲେ।

new life
You might also like
error: Content is protected !!