ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମୋଟଙ୍ଗା-ରୁଙ୍ଗଟା କମ୍ପାନୀ ରାସ୍ତାରୁ ୨ଲକ୍ଷ ୩୫ ହଜାର ଟଙ୍କା ଲୁଟ ମାମଲାରେ ୩ଜଣଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି ।ସେମାନଙ୍କଠାରୁ ୨ଟି ମଟରସାଇକେଲ ଓ ନଗଦ ୨୫ ହଜାର ଟଙ୍କା ଜବତ କରାଯାଇଛି ।
ଅଭିଯୁକ୍ତ ମାନେ ଗତ ୨୫ ତାରିଖରେ ମୋଟଙ୍ଗା -ରୁଙ୍ଗଟା କମ୍ପାନୀ ରାସ୍ତାରେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା ମଦ ଦୋକାନୀ ପରିଚ।ଳକ ରଞ୍ଜନ କୁମାର ନରହେରା ଙ୍କୁ ଭୁଜାଲି ଏବଂ ଅନ୍ୟ ମାରଣ।ସ୍ତ୍ର ଦେଖାଇ ୨ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ ।
ଏ ସଂକ୍ରାନ୍ତରେ ମୋଟଙ୍ଗା ପୋଲିସ ଏକ ମାମଲା ରୁଜୁ କରିଥିଲା । ଉକ୍ତ ଘଟଣା ରେ ସଂପୃକ୍ତ ନରେନ୍ଦ୍ରପୁର ଗ୍ରାମର ବାଦଲ ,ମୋଟଙ୍ଗା ଗ୍ରାମର ସୁଶାନ୍ତ ନାଏକ ଏନମ ମଶାଣିଆ ଗ୍ରାମର ପପୁ ନାଏକ ଙ୍କୁ ଗିରଫ କରାଯାଇଛି ।
