News
lipub
samparksetu

ମୁଁ ବଂଚିଛି

ହେଲେ ମୁଁ ବଂଚିଛି ଆଗପରି ଦେଖ
କାଲି ମାନଙ୍କର ସହ
ହସୁଛି ଦେଖେଇ କାନ୍ଦୁଛି ଲୁଚେଇ
ଚାପି ଛିତି ତଳେ କୋହ     ।।

ସହାୟତା ମାଗି ଭାଗ୍ୟକୁ ଜୀଇଁଛି
ହାତପତା ଅନୁଦାନେ
କପାଳ ଲେଖାକୁ ଲୁଚେଇ ପଢୁଛି
ଏକା ଏକା ମନେ ମନେ      ।।

ନିଜର ପ୍ରଶ୍ନକୁ ନିଜକୁ ପଚାରି
ଉତ୍ତର ଖୋଜୁଛି ବସି
କାହିଁକି ହେଲି ମୁଁ କକ୍ଷଚ୍ୟୁତ ଗ୍ରହୁ
କାହା ଆର୍କଷଣେ ଖସି        ।।

ଭୁଲିଛି ଅଳପ ମନେ ଅଛି ବେଶୀ
ଆକାଶରୁ ତାରା ଗଣା
ମଲା ସପନଙ୍କ ଜୁଈ ସଜାଡ଼ିବା
ଚାହିଁ ଚାହିଁ ରାତି ସାରା        ।।

ଭୋକ ପୋଷିବାକୁ ଭିକ ମାଗିବାଟା
ମହଙ୍ଗା ପଡିଲା ମତେ
ରାତିର ଶାସ୍ତି ମୁଁ ଏବେବି ଭୋଗୁଛି
ଚୁକ୍ତି କରି କିସ୍ତି ସୂତ୍ରେ         ।।

✍️ମହେନ୍ଦ୍ର ନଂଦ

new life
You might also like
error: Content is protected !!