News
lipub
samparksetu

ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି କୁ ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶ ପଥରେ ଆଗେଇବାକୁ ମୋ ସ୍କୁଲ ଅଭିଯାନ କୁ ଦାନ

ଚଳିତ ଶିକ୍ଷା ବର୍ଷରେ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଗତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ପାସ୍ ହାର ରଖୁଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି ଏକଲକ୍ଷ ଟଙ୍କା ପରିଷ୍କୃତ ହୋଇଥିଲା।

ଉକ୍ତ ରାଶିକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶ ପଥରେ ଆଗେଇ ନେବାପାଇଁ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କୁ ଦାନ କଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏପରି ବଦାନ୍ୟତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ଆଚାର୍ଯ୍ଯ ଭୁରିଭୁରି ପ୍ରସଂଶା କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁଧିର କୁମାର ସାହୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏଭଳି ପ୍ରୟାଶ ଜାରି ରଖିବାକୁ ନିବେଦନ କରିଥିଲେ।

new life
You might also like
error: Content is protected !!