News
lipub
samparksetu

ରୋଟ୍ରାକ୍ଟ କ୍ଳବ ଢେଙ୍କାନାଳ ଓ ରୋଟ୍ରାକ୍ଟ କ୍ଳବ ପିସ୍ ସିଟି ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଢେଙ୍କାନାଳରେ ମଧ୍ୟ ଶୀତର ଲହରୀ ଜାରି ରହିଛି।ଏହାକୁ ଆଖି ଆଗରେ ରଖି ରୋଟ୍ରାକ୍ଟ କ୍ଳବ ଅଫ ଢେ଼ଙ୍କାନାଳ ଓ ରୋଟ୍ରାକ୍ଟ କ୍ଲବ ପିସ୍ ସିଟି ଢେଙ୍କାନାଳ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି।ଉଭୟ କ୍ଲବର ସଦସ୍ୟମାନେ ଗରିବ ଓ ଅସହାୟ ଲୋକ ଯେଉଁମାନେ ରାସ୍ତାକଡରେ ରହୁଛନ୍ତି ତାଙ୍କୁ କମ୍ବଳ ଯୋଗାଇ ଦେଇଛନ୍ତି।ରୋଟ୍ରାକ୍ଟ କ୍ଲବର ଢେ଼ଙ୍କାନାଳର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ସାହୁ କହିଛନ୍ତି ଏହି କମ୍ବଳ ବଣ୍ଟା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହିବ।

ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଳବ ଢେ଼ଙ୍କାନାଳର ସଭାପତି ବଜରଙ୍ଗ ଅଗ୍ରୱାଲ, ରୋଟ୍ରାକ୍ଟ କ୍ଳବ ପିସ୍ ସିଟି ଢେ଼ଙ୍କାନାଳର ସଭାପତି ଶିବ ସ୍ୱରୂପ ପାଢ଼ୀ, ରୋଟ୍ରାକ୍ଟ କ୍ଳବ ଢେ଼ଙ୍କାନାଳର ସଦସ୍ୟ ଦତ୍ତାତ୍ରେୟ ପଣ୍ଡା ଓ ପୂର୍ବତନ ସଭାପତି ଅବିନାଶ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

new life
You might also like
error: Content is protected !!