News
lipub
samparksetu

ଲାଉଲଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ ସଚେତନ ଶିବିର

ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ସେବା ସମବାୟ ସମିତି ପରିସରରେ ଆଜି ଅପରାହ୍ନ ୩ଘଟିକାରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣସଚେତନଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକ ସରୋଜିନୀ ଜେନା ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ନିର୍ଦ୍ଦେଶକ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରତାପ ଚନ୍ଦ୍ର ମଲିକ, ଢେଙ୍କାନାଳ ଏସଆରସିସି ନୀରଞ୍ଜନ ସେଠ,ଗଁଦିଆସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଫୁଲ୍ଲ ସାହୁ ଯୋଗଦାନ କରିଥିଲେ ଏଥିସହିତ ପୂର୍ବତନ ସଭାପତି ଶ୍ରୀନିବାସ ରାଉଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସଂପ୍ରତି ସମବାୟ ବ୍ୟାଙ୍କର ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା। ମହିଳା ଶଶକ୍ତିକରଣ ଦିଗରେ ବ୍ୟାଙ୍କର ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା।ଏହି କର୍ମଶାଳାରେ ୭ଜଣଙ୍କୁ କେସିସ ଋଣ ସହାୟତା ଓ ୪ଜଣ ନିର୍ଦ୍ଧାରିତ ଜମାକରିଥିଲେ। ଶେଷରେ ଲାଉଲଇ ସେବା ସମବାୟ ସମିତିର ସଂପାଦକ ପ୍ରକାଶ ପରିଡା ଧନ୍ୟବାଦ ଦେଇ ସଭା ଶେଷ କରାଇଥିଲେ ଏଥିରେ ଲାଉଲଇ ଓ ଖଙ୍କିରା ପଞ୍ଚାୟତରୁ ବହୁ ଚାଷୀ ଯୋଗଦାନ କରିଥିଲେ।

new life
You might also like
error: Content is protected !!