News
lipub
samparksetu

ଶାନ୍ତି ଶୃଙ୍ଖଳାର ସହିତ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ;
କଙ୍କଡାହାଡରେ ୮୦.୩ % ଏବଂ ଭୁବନରେ ୭୯.୮୯% ମତଦାନ

ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନରେ ମଙ୍ଗଳବାର ଦିନ କଙ୍କଡାହାଡ ଏବଂ ଭୁବନରେ ଶାନ୍ତି ଶୃଙ୍ଖଳାର ସହତି ଶେଷ ପର୍ଯ୍ୟାୟନିର୍ବାଚନ ଅନଷ୍ଠିହୋଇଛି । କଙ୍କଡାହାଡ ବ୍ଲକ ଥିବା ୨୧ ଗୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ୨୭୬ଟି ବୁଥ ରେ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ମଧ୍ୟରେ ମତଦାନ ହୋଇଥିଲା । ଏହି ବ୍ଲକ ରେ ମୋଟ ୮୩ ହଜାର ୨ଶହ ଭୋଟରଙ୍କ ମଧ୍ୟରୁ ୪୨ ହଜାର ୪୪୩ ପୁରୁଷ ଙ୍କ ମଧ୍ୟରୁ ୩୪ ହଜାର ୩୫୨ଜଣ ଏବଂ ୪୦ ହଜାର ୭୫୮ଜଣ ମହିଳା। ଭୋଟରଙ୍କ ମଧ୍ୟରୁ ୩୩ ହଜାର ୨୯୧ ଜଣ ମତଦାନ କରଥିନବାର ଜଣାପଡିଛି । ମୋଟ ମତଦାନ ୮୧.୩୦ ପ୍ରତିଶତ ରହିଥିବାର ଜଣାପଡିଛି ।

ମୋଟ ୫୪୬ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାବେଳେ ୱାର୍ଡ ମେମ୍ବର ୩୮୫ଜଣ, ସରପ ୯୦ଜଣ, ସମିତିସଭ୍ୟ ୬୧ଜଣ, ଜିଲ୍ଲାପରିଷଦ ୧୦ଜଣଙ୍କାଲର ଭାଗ୍ୟ ନିର୍ଦ୍ଧାରଣ ହେବ ।

ସେହିପରି ଭୁବନ ବ୍ଲକ ରେ ୱାର୍ଡ ମେମ୍ବର ୩୭୬ଜଣ, ସରପଞ୍ଚ ୬୦ଜଣ, ସମିତି ସଭ୍ୟ ୬୦ଜଣ ଓ ଜିଲ୍ଲା ପରିଷଦ ୧୦ଜଣ ପ୍ରାର୍ଥୀ ଙ୍କର ନିର୍ବାଚନରେ ଅଂଶ ଗ୍ରହଣ କରିଥିବାର ଜଣାପଡିଛି । ଭୁବନରେ ମୋଟ ୪୩ ହଜାର ୪୯୨ଜଣ ପୁରୁଷଙ୍କ ମଧ୍ୟରୁ ୩୪ ଜହାର ୫୨୭ଜଣ ମତଦାନ କରିଥିବା ବେଳେ ୩୯ ହଜାର ୨୫୩ଜଣ ମହିଳା ଭୋଟରଙ୍କ ମଧ୍ୟରୁ ୩୧ ହଜାର ୫୮୩ଜଣ ଏଭଳି ମୋଟ ୬୬ ହଜାର ୧୧୦ଜଣ ମତଦାନ କରିଛନ୍ତି । ମତଦାନ ହାର ଭୁବନରେ ୭୯.୮୯ ପ୍ରତିଶତ ହୋଇଥିବାର ଜଣାପଡିଛି ।

new life
You might also like
error: Content is protected !!