News
lipub
samparksetu

ସାଇକେଲ ଆରୋହୀ ଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଟ୍ରାକ୍କର ଦୁର୍ଘଟଣାରେ ସୋଗର କାଟେଣୀ ଗ୍ରାମର ରମେଶ ନାୟକ (୪୨) ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ , କାକ୍ଷାନଗର- ଢେଙ୍କାନାଳ ମୁଖ୍ୟ ରାସ୍ତା କାର୍ଯ୍ୟ କରୁଥିବା ଟ୍ରାକ୍ଟରଟି ବାଲି ବୋଝେଇ ଟ୍ରାକ୍ଟରଟି କାମଗରା ନଦୀ ଘାଟରୁ ଆସୁଥିବା ବେଳେ ସାଇକେଲ ଆରୋହୀ ଗାଡିରେ ଧକ୍କା ଖାଇ ତଳେ ପଡିଯିବାରୁ ତାଙ୍କ ଉପରେ ଟ୍ରାକ୍ଟରଟି ଚଢିଯାଇଥିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି ।

ମୃତ ରମେଶ ନାୟକ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ଯାଇଥିବା ବେଳେ ପଣ୍ଡୁଆ ଫାଣ୍ଡି ଅଧିକାରୀ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡି ଦୁର୍ଘଟଣା ପରେ ଗାଡି ମାଲିକ ଗାଡ଼ିକୁ ଧରି ପଳାଇଥିବା ଉପସ୍ଥିତ ଲୋକମାନେ କହିଛନ୍ତି।

new life
You might also like
error: Content is protected !!