News
lipub
samparksetu

ପ୍ରତ୍ୟେକ ଦିନ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ ! ଅଚିନ୍ତାରେ ଅଧିକାରୀ

ନିରାପତ୍ତା ହୀନ ବିଦ୍ୟାଳୟ ପରିବହନ ଗାଡି । ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ସୁରକ୍ଷା ଦିଗରେ ଶିକ୍ଷା ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଖାତିର ନଥିବା ବେଳେ ପ୍ରଶାସନ ମଧ୍ୟ କୌଣସି ଦୃଷ୍ଟି ନ ଦେବା ଏବେ ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି ।
ଜଣେ ଅବିଭାବକଙ୍କ ଅଭିଯୋଗ ଅନୁଯାୟୀ, ଶିଶୁ ପରିବହନ ଅଧୂନିୟମ-୨୦୧୬ ଅନୁଯାୟୀ ପ୍ରତି ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ/ଅଧୀକ୍ଷକଙ୍କ ଅଧ୍ଯକ୍ଷତାରେ ବିଦ୍ୟାଳୟ ସ୍ତରୀୟ ପରିବହନ କମିଟି ରହିବ। ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ପ୍ରତିଟି ଜାନର କମିଟି ପ୍ରତିଟି ରେଜିଷ୍ଟ୍ରେସନ ପ୍ରମାଣପତ୍ର, ଅନୁମତି ପତ୍ର, ଫିଟନେସ, ଓ ପିୟୁସିସି ତଥା ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସର ଯାଞ୍ଚ କରିବ। କମିଟିର ଅଧ୍ୟକ୍ଷ ପ୍ରତି ମାସରେ ଏ ସଂକ୍ରାନ୍ତରେ ରିପୋର୍ଟ ଆରଟିଓଙ୍କୁ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହି କମିଟି ସ‌ହିତ ଜିଲାପାଳଙ୍କ ଅଧ୍ଯକ୍ଷତାରେ ଜିଲାସ୍ତରୀୟ ଅନ୍ତରୀଣ କମିଟି ଗଠନ ହେବାର ନିୟମ ମଧ୍ୟ ରହିଛି। ଏହି କମିଟିରେ ଆରଟିଓ, ଏମଭିଆଇ, ଜଣେ ଡିଏସପି ଓ ଡିଇଓ ସଦସ୍ୟ ରହିବେ। ପ୍ରତି ତିନି ମାସରେ ଥରେ ଏହି କମିଟିର ବୈଠକ ବସି ସମୀକ୍ଷା କରିବା ସହ ଆବଶ୍ୟକ କ୍ରିୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା ରହିଛି । କୌଣସି ଶିକ୍ଷାନୁଷ୍ଠାନର ଗାଡି ଏହିସବୁ ନିୟମ ପାଳନ ନକଲେ ଆରଟିଓ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ। ଗାଡ଼ିର ଫିଟନେସ ବାତିଲ କିମ୍ବା ସ୍ଥଗିତ କରିବା ସହ ଅନ୍ୟାନ୍ୟ ଦଣ୍ଡ ଦେବାର ବ୍ୟବସ୍ଥା କରିପାରିବେ। ହେଲେ ଆଶ୍ଚର୍ଯ୍ୟର ବିଷୟ ବହୁ ଶିକ୍ଷାନୁଷ୍ଠାନରେ ଏହି ଅଧୂନିୟମର ପାଳନ ହେଉନଥିବାବେଳେ କମିଟି ଗଠନ ହୋଇନାହିଁ ।

ଜିଲାସ୍ତରୀୟ ଅନ୍ତରୀଣ କମିଟିର ଗଠନ କି କାର୍ଯ୍ୟାନ୍ଵୟନ ନେଇ ମଧ୍ୟ କୈଣସି ସୂଚନା ନାହିଁ। ଯାହା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରୁଥିବା କହିଛନ୍ତି ସମ୍ପୃକ୍ତ ଅଭିଭାବକ । ପିଲାମାନଙ୍କ ବିଦ୍ୟାଳୟକୁ ଯାତ୍ରା କରିବା ସମ୍ବନ୍ଧୀୟ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥାକୁ ଏକପ୍ରକାର ସିଥିଲତାର ସହ ନେଇଛନ୍ତି ସରକାରୀ ଅଧିକାରୀ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

new life
You might also like
error: Content is protected !!