News
lipub
samparksetu

ମା ଥାନପତି ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଓଡ଼ାପଡ଼ା ବ୍ଲକ ମିନିଷ୍ଟାଡିୟମ ଠାରେ ମା ଥାନପତି କ୍ରିକେଟ କପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୬ ଟି ଟିମ୍ କୁ ନେଇ ଗତ ୯ ତାରିଖରୁ ଆରମ୍ଭ ହୋଇ ଥିବା କ୍ରିକେଟ ସିରିଜ ଆଜି ଅପରାହ୍ନରେ ପୁରସ୍କାର ବିତରଣ କରାଯାଇଛି।

୨୦ ଓଭର୍ ବିଶିଷ୍ଟ ଫାଇନାଲ ମ୍ୟାଚ ରେ ପ୍ରଥମେ ବିନଦାସ କ୍ରିକେଟ ଏକାଦଶ, କାଉଁରିଆ ପାଳ, ଟସ୍ ଉଇନ୍ କରି ବ୍ୟାଟିଂ ଆରମ୍ଭ କରି ୧୭ ଓଭର ରେ ସମସ୍ତ ୱିକେଟ ହରାଇ ବୁଲେଟ ଏକାଦଶ ନାଧରା କୁ ୭୩ ରନ ଲକ୍ଷ୍ୟ ଦେଇଥିଲା। ବୁଲେଟ ଏକାଦଶ ୧୨ ଓଭର ରେ ୩ ଗୋଟି ୱିକେଟ୍ ୭୭ ରନ କରି ଚାମ୍ପିଅନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସରପଞ୍ଚ ସନ୍ତୋଷ ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ମିହିର କୁମାର ସାହୁ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର କର୍ପୂର ବେହେରା ଯୋଗଦେଇ ୱିନର ଟିମ୍ କୁ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ରନର ସ ଟିମ୍ କୁ ୭୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ସମସ୍ତ ମ୍ୟାଚ କୁ ନିତ୍ୟାନନ୍ଦ ନାୟକ ଓ ଦିବ୍ୟରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ।

new life
You might also like
error: Content is protected !!