News
lipub
samparksetu

କ୍ୟାମ୍ପସ ଭିତରେ ସର୍ବସାଧାରଣଙ୍କ ଶୌଚାଳୟ ନିର୍ମାଣକୁ ବିରୋଧ

ଵିଲ୍ ପାଇଁ ହମହମ ଢେଙ୍କାନାଳ ପୋୖର ପାଳିକା, ଏଭଳି ଚର୍ଚ୍ଚା ସାରା ଢେଙ୍କାନାଳ ସହରରେ ଦେଖା ଦେଇଛି, ତେବେ ଏହା ଏବେର ନୁହେଁ ବର୍ଷବର୍ଷର କଥା । ପୂର୍ବରୁ ସଫେଇ ଏବଂ ନିମ୍ନ ମାନର କାମ ପାଇଁ ସାରା ରାଜ୍ୟରେ ଢେଙ୍କାନାଳ କୁ ବଦନାମ କରିଥିଲା ପୌରପାଳିକା । ସେ ଫେକ୍ ଟିକସ ଵିଲ୍ ଦୁର୍ନୀତି ହେଉ

ଟ୍ରକ ଧକାରେ ଜଣେ ମୃତ ଓ ଜଣେ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ପରମହଂସପୁର ଛକ ପାଖାପାଖି ରାତି ୧. ୩୦ଟା ସମୟରେ ଲୁହା ବୁଝେଇ ଟ୍ରକ ଧକାରେ ମଟର ସାଇକେଲ ଚାଳକଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି

ମାଲିକକୁ ହତ୍ୟାକଲା କେୟାର ଟେକର

ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା।ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।ଗତ ୨୮ ତାରିଖ ରାତି ୮ଟା ବେଳେ

ଚାଷ ଜମିକୁ ନାହିଁ ବାଟ, କେନାଲ ଭାଙ୍ଗିଲେ ଚାଷୀ

ଭୁବନ ବ୍ଲକ ମଠକରଗୋଲା ପଞ୍ଚାୟତ ଟାଙ୍ଗରପଡା ମୌଜା ଚାଷ ଜମି ର ତଳ ମୁଣ୍ଡକୁ ଜଳ ଯିବା ନିମନ୍ତେ କରନାଳି କେନାଲ ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ଏକ ଫୁଟ ହୋଇଥିବାରୁ ଚାଷୀ କେନାଲ ଉପରେ ମାଟି ପକାଇ ନିଜ ଚାଷ ଜମିକୁ ଟ୍ରାକଟର ନେଉଥିଲେ। କିନ୍ତୁ ଏହି କେନାଲ ର ଉଚ୍ଚତା ପୁନଃ ଏକ ଫୁଟ

ଅସୁରକ୍ଷିତ ଘରେ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍

ଭୁବନ ବ୍ଲକ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍ ରେ ଅବ୍ୟବସ୍ଥା ମଧ୍ଯରେ ଚାଲିଛି। ଭୁବନ ବ୍ଲକର ସୁରପ୍ରତାପପୁର , ଦୟଣାବିଲ ପଞ୍ଚାୟତ ର ସମସ୍ତ ଗ୍ରାମ କୁ ବିଦ୍ୟୁତ୍ ଯୋଗାଣ କରୁଥିବା ଏହି ସବଷ୍ଟେସନ୍ ରେ ପାଚେରୀ ନଥିବା ରୁ ଅନେକ ସମୟରେ ଗାଈ ଗୋରୁ ପଶି ଜୀବନ ହାନି ଘଟିଛି। କର୍ମଚାରୀ ମାନଙ୍କୁ

ଟାଟା ପାୱାରର ଅଜବ ନୀତି, କମ୍ପ୍ଲେନ ପାଇଁ ପ୍ରଥମେ ଜମା କର ୫୦୦ଟଙ୍କା

ଟାଟା ପାୱାରର ଅଜବ ଶୋଷଣ ନୀତି ଯୋଗୁଁ ଉପଭୋକ୍ତା ମାନେ ଅଣନିଶ୍ୱାସୀ ହୋଇପଡିଲେଣି l ଯେଉଁଠି ସ୍ମାର୍ଟ ମିଟର ଲାଗିଥିଲା, ସେମାନେ ଏବେ ତାର କୁଫଳ ଭୋଗୁଛନ୍ତି l ଢେଙ୍କାନାଳ ଟାଉନ ମହାବୀର ବଜ଼ାର କଚେରୀ ରୋଡ଼ ସ୍ଥିତ ୮୭ ବର୍ଷୀୟ ବୃଦ୍ଧା ଅକ୍ଷୟ ପଟ୍ଟନାୟକ ଏହାର ଶିକାର ହୋଇ ଗତ ୧୬ ନଭେମ୍ବର

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ,ସ୍ୱାମୀ ଗିରଫ

ଗଁଦିଆ ଥାନା ଅଂଚଳରେ ଜଣେ ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି l ଗଁଦିଆ ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଉକ୍ତ ଥାନା ଅନ୍ତର୍ଗତ ଧନିଆନାଳୀ ଗ୍ରାମର ଜେନା ପିଙ୍ଗୁଆର ପତ୍ନୀ କୁନି ପିଙ୍ଗୁଆ (୩୦) ଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହକୁ ନେଇ ଏହି ମୃତ୍ୟୁ

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ନିଷ୍କାସନ କରିବା ଦାବି

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ବାହାରକୁ ନିଷ୍କାସନ କରିବା ଦାବିରେ ପୋଖରୀ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ୨୦୨୪ ରେ ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥୀ ସାଗର,

ଭୁବନରେ ସିରିଜ ଚୋରି

ଭୁବନରେ ମାତିଲେ ସିରିଜ ଚୋର । ବାଲିବୋ ଗ୍ରାମରେ ୩ ଜଣଙ୍କ ଘରେ କଳା କନା ବୁଲାଇ ଦେଲେ ଚୋର । ଲୁଟିନେଲେ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଏବଂ ଦାମୀ ଶାଢ଼ୀ ।ଶନିବାର ବିଳମ୍ବିତ ରାତିରେ ଗ୍ରାମର ବ୍ରାହ୍ମଣ ଶାସନର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷକ ଯୁଗଳ କିଶୋର ମିଶ୍ର

କିଡନୀ ରୋଗରେ ପୀଡିତ ପୁରା ଗାଁ !

ଢେଙ୍କାନାଳ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରତାରେ ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ଶବର ସାହିରେ ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ଲେଖାଏଁ କିଡନୀ ରୋଗରେ ଆକ୍ରାନ୍ତ l ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ଲୋକ ମୃତ୍ୟ ବରଣ କରିଥିବା ବେଳେ ଏବେ ୬ ଜଣ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି
error: Content is protected !!