News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ମା’ ବନଦୂର୍ଗାଙ୍କ ପୀଠ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଆମ୍ବିଠି ଗ୍ରାମର ପାହାଡ ପାଦଦେଶରେ ଅବସ୍ଥିତ ମା ବନଦୂର୍ଗାଙ୍କ ପୀଠ। ଥରେ ବୁଲି ଆସିଲେ ବାରମ୍ବାର ଆସିବାକୁ ଇଛା ହୁଏ ।ମାଙ୍କ ପୀଠ ସହିତ ଅନତି ଦୂରରେ ଥିବା ପାହାଡ ଉପରେ ମହାପ୍ରଭୁ ବିଷ୍ଣୁ ପୂଜା ପାଉଛନ୍ତି।ଅବିରତ ପ୍ରଭୁଙ୍କ ପାଦଦେଶରୁ ବହିଚାଲିଛି ନିର୍ମଳ ଜଳଧାର। ଚତୁଃପାର୍ଶ୍ବରେ ସବୁଜ ବୃକ୍ଷରାଜି ପାହାଡର ନିମ୍ନ ଭାଗରେ ମା ଙ୍କର ପୀଠ ଓ ପାହାଡର ମଧ୍ଯ ଭାଗରେ ପ୍ରଭୁ ବିଷ୍ଣୁ ଙ୍କ ପୂଜାସ୍ଥଳ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି ।

ଝରଖୋଲର ବିଶେଷତ୍ବ- କୁହାଯାଏ ଯେ ରାଜାରାଜୁଡ ସମୟରୁ ଆମ୍ବିଠିର ଏହି ପାହାଡର ଏକ ଅଂଶକୁ ଝରଖୋଲ ବୋଲି ନାମିତ କରାଯାଇଛି। ପୂର୍ବରୁ ଏହି ସ୍ଥାନରେ ଝରଣା ବୋହିଯାଉଥିଲା ।କେହି ଜଣେ ଏହି ପବିତ୍ର ଜଳରେ ଶୌଚ ହେବାରୁ ଏହି ଜଳ ଉଭାନ ହୋଇଯାଇଥିଲା।

ପୁନଶ୍ଚ ୧୯୯୨ ମସିହାରେ ଆମ୍ବିଠି ଗ୍ରାମର କିଛି ଲୋକ ଗାଈ ଚରାଇବାକୁ ଯାଇଥିବା ବେଳେ ଏହି ଜଳଧାରା କୁ ଦେଖିବାକୁ ପାଇଥିଲେ । ଏହି ସ୍ଥାନରେ ଜଙ୍ଗଲୀ ବାର୍ହା ଦାନ୍ତରେ ମାଟିକୁ ବିଦାରଣ କରିଥିଲା। ସେହି ଜାଗାଟି ଓଦାଳିଆ ଲାଗିବା ପରେ ମାଟି ଆଡେଇବା ପରେ ଏକ ପଥର ଖୋଲରୁ ଏହି ପବିତ୍ର ମନ୍ଦାକିନୀ ନିର୍ଗତ ହୋଇଥିଲା ।

ଆଜି ଯାଏ ଏହି ଜଳରାଶି ଅବିରତ ବହିଚାଲାଛି। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବ ପକାଇ ପାରି ନାହିଁ ଏହି ଚିରସ୍ରୋତା ଝରଣା ଉପରେ। ଗ୍ରୀଷ୍ମ,ବର୍ଷା,ଶୀତ ସବୁ ସମୟରେ ସମାନ ଆକାରରେ ଏହାର ଜଳଧାର ପ୍ରବାହିତ ହେଉଛି।

କେମିତି ଯିବେ ଏହି ପର୍ଯ୍ୟଟନ ସ୍ଥଳୀକୁ :

ଅନୁଗୁଳ ଠାରୁ ୧୭ କିଲୋମିଟର ଗଲେ ମହିଧରପୁର ପଡେ ।ମହିଧରପୁର- ବନ୍ତଳା ରାସ୍ତାରେ ଆଉ ୩ କିଲୋମିଟର ଗଲେ ପଡେ ମା ଙ୍କ ପୀଠକୁ ଯିବା ରାସ୍ତା। ଅନ୍ୟ ଏକ ରାସ୍ତା ପୂରୁଣା କଟକ- ସମ୍ବଲପୁର ରାସ୍ତାରେ ମହିଧରପୁର ଛକଠାରୁ ୩ କିଲୋମିଟର ଗଲାପରେ ଭଗବତପୁର ଠାରୁ ଏକ ମାଟି ରାସ୍ତାରେ ଜଣେ ଏଠାକୁ ଆସିପାରିବ। ମାଘ ସପ୍ତମୀ ମହୋତ୍ସବ ପୀଠର ମୂଖ୍ଯ ମହୋତ୍ସବ।

new life
You might also like
error: Content is protected !!