News
WhatsApp Image 2023-10-04 at 17.25.00
samparksetu

ମହିମା ଧର୍ମର ଉତ୍ପତ୍ତିସ୍ଥଳ ” ତପୋବନ “

ଢେଙ୍କାନାଳ କପିଳାସ ନିକଟ ତପୋବନ ପୀଠ । ମହିମା ଧର୍ମର ଉତ୍ପତ୍ତିସ୍ଥଳ , ଯାହାକୁ ଗୁରୁ-ଶିଷ୍ୟ ସଂପର୍କର ମଠ ବୋଲି କୁହାଯାଏ ।

କପିଳାସ ଜଙ୍ଗଲ ଭିତରେ ଥିବା ଏହି ପୀଠର ଶୋଭାକୁ ଦ୍ୱିଗୁଣିତ କରୁଛି ସ୍ନିଗ୍ଧ ଝରଣା ପାଣି । ଏଠାରେ ରହିଛି ମହିମା ଗୁରୁ ଅଲେଖ ଗୋସାଇଁଙ୍କ ତପସ୍ୟା ପୀଠ ।

କୁହାଯାଏ ୧୮୩୮ ମସିହାରେ କପିଳାସ ତପୋବନ ମହିମା ବିହାର ଠାରେ ମହିମାଧାର୍ମ ପ୍ରତିଷ୍ଠାତା ମହିମାସ୍ୱାମି ପ୍ରଥମେ ଏହି ତପୋବନରେ ପାଦ ଦେଇଥିଲେ । ଏଠାରେ ବିଶ୍ୱର କଲ୍ୟାଣ ପାଇଁ ୨୪ ବର୍ଷ ଧରି କଠୋର ତପସ୍ୟା କରିଥିଲେ ।

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥି,ରେ ମହିମା ଗୋସାଇଁ ତାଙ୍କର ପ୍ରଥମ ଶିଷ୍ୟ ଗୋବିନ୍ଦ ଦାଶଙ୍କୁ ମହିମା ଧର୍ମରେ ଦୀକ୍ଷିତ କରିଥିଲେ। ଏହାକୁ ଚିରସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ତପୋବନ ପୀଠରେ ବାର୍ଷିକ ମେଳା ତପୋବନ ମେଳା ଅନୁଷ୍ଠିତ ହୋଇଥାଏ ।

ଏହି ପୀଠରେ ମହିମା ଧର୍ମାବଲମ୍ବୀ ଏକତ୍ରିତ ହୋଇ ଗୁରୁ ଶିଷ୍ୟର ମିଳନ ପର୍ବକୁ ବାର୍ଷିକ ମେଳା ଭାବରେ ପାଳନ କରିଥାନ୍ତି

new life
You might also like
error: Content is protected !!