News
WhatsApp Image 2023-10-04 at 17.25.00
samparksetu

ବଣିଆ ପଡ଼ା ଠାରେ ହେଉଥିବା କ୍ରିକେଟ୍ ମ୍ୟାଚ୍ ଉଦଯାପିତ

ବଣିଆ ପଡ଼ାରେ ଗତ ୫ ଦିନ ଧରି ଚାଲିଥିବା କ୍ରିକେଟ୍ ମ୍ୟାଚର ଆଜି ଫାଇନାଲ ମ୍ୟାଚ ରାଜା- ୧୧, ପୋଡ଼ାପଡ଼ା ସହ କାରନ୍ଦା କ୍ରିକେଟ୍ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ୧୫ ଓଭର ମ୍ୟାଚ୍ ବିଶିଷ୍ଟ ଖେଳରେ ଟସ ଜିତି ପ୍ରଥମେ କାରନ୍ଦା କ୍ରିକେଟ୍ କ୍ଳବ୍ ୧୦ ଓଭର୍ ରେ ତା’ର ସମସ୍ତ ୱିକେଟ୍ ହରାଇ ମାତ୍ର ୫୩ ରନ୍ ସଂଗ୍ରହ କରିପାରିଥିଲା।

ରାଜା -୧୧, ପୋଡ଼ାପଡ଼ା ମାତ୍ର ୭ ଓଭର୍ ରେ ୫ ଗୋଟି ୱିକେଟ୍ ବିନିମୟରେ ଶେଷରେ ଛକା ମାରି ୫୬ ରନ୍ କରି ୨୦୨୪ ର ୱିନର କପ୍ ହାସଲ କରିଥିଲା। ୱିନର୍ ଟିମକୁ ଟ୍ରଫି ସହ ୫୦୫୫ ଟଙ୍କା ମୁଖ୍ୟ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ରେବତୀ ବେହେରାଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ଏବଂ ରନର୍ସ ଅପ୍ ଟିମକୁ ଟ୍ରଫି ସହ ୩୦୩୩ ଟଙ୍କା ସମ୍ମାନିତ ଅତିଥି, ସମିତି ସଭ୍ୟା ଶ୍ରୀମତୀ ସୁମିତ୍ରା ପଟ୍ଟନାୟକଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଦୁଇ ଅମ୍ପାୟାର ପ୍ରଶାନ୍ତ ମହାଭୋଇ ଓ ପ୍ରିୟବ୍ରତ ମହାଖୁଡ ଏବଂ ସମସ୍ତ କ୍ଳବ୍ ମେମ୍ବର, ଗ୍ରାମବାସୀ ମାନଙ୍କ ସହଯୋଗ ଦ୍ଵାରା ଖେଳ ପରିଚାଳନା ହୋଇଥିଲା।

new life
You might also like
error: Content is protected !!