News
WhatsApp Image 2023-10-04 at 17.25.00
samparksetu

ଜାତୀୟ ସବ ଜୁନିଅର ଭଲିବଲ ପ୍ରତିଯୋଗିତାରେ ମୁକେଶଙ୍କ ବାଜିମାତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ପୁଅ ମୁକେଶ ଆଣି ଦେଇଛନ୍ତି ଢେଙ୍କାନାଳ ପାଇଁ ଆଣିଛନ୍ତି ଖୁସି ଖବର । ପାଇକ ପୁରୁଣାକୁଟ ପଂଚାୟତର ଅବସର ପ୍ରାପ୍ତ ସୈନିକ ଛବି ପ୍ରଧାନଙ୍କ ପୁଅ ମୁକେଶ(୧୫) ପିଲାଟି ଦିନରୁ କ୍ରୀଡ଼ାପ୍ରେମୀ ଏବଂ ଭଲିବଲ ଖେଳପ୍ରତି ଥିବା ଅହେତୁକ ଆଗ୍ରହ ପାଇଁ ସେ ଆଜି ସର୍ବୋଚ୍ଚ ସୋପାନରେ ପହଂଚିଛନ୍ତି ।

କୋଚ ଆଶୁତୋଷ ପାତ୍ର ଓ ଦିୟା ମଜୁମଦାର ଙ୍କ କୋଚିଂ ପାଉଥିବା ମୁକେଶ ଗତ ପଶ୍ଚିମବଙ୍ଗର ଚାନ୍ଦର ନଗରରେ ହୋଇଥିବା ୪୪ତମ ଜାତୀୟ ସବ-ଜୁନିଅର ଭଲିବଲ ଚମ୍ପିୟାନସିପରେ ଭାଗନେଇ କୃତିତ୍ୱ ଅର୍ଜନ କରି ଭାରତୀୟ ଭଲିବଲ ଫେଡେରେସନ ତରଫରୁ ପ୍ରମାନପତ୍ର ପାଇଥିଲେ ।

ଟି ଏସ ଏଫ ପରିବାର ତରଫରୁ ଏକମାତ୍ର ଖେଳାଳି ଭାବରେ ମୁକେଶ ରାଜ୍ୟକ୍ରୀଡା ଛାତ୍ର ବାସରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଯୋଗ ଦେଇଛନ୍ତି

ମେଧାବୀ ଖେଳାଳି ମୁକେଶ ପ୍ରଧାନ ଭଲିବଲ ଖେଳରେ ଯୋଗ୍ୟ ବିବେଚିତ ହୋଇ ହିନ୍ଦୋଳ ଉପଖଣ୍ଡକୁ ଗୌରବାନ୍ୱିତ କରିଥିବାରୁ ହିନ୍ଦୋଳର ପ୍ରିୟ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ନିଜ ବାର୍ତ୍ତାରେ ଶୁଭେଚ୍ଛା ଜଣାଇ ଉତ୍ତୋରତ୍ତର ଉର୍ନତି କାମନା କରିବା ସହ କହିଛନ୍ତି ମେଧାବୀ ଖେଳାଳି ମୁକେଶ ଙ୍କ ପାଇଁ ସାରା ଢେଙ୍କାନାଳ ଗର୍ବିତ ।

new life
You might also like
error: Content is protected !!